Sat. Nov 23rd, 2024

କେରଳକୁ ବଢୁଛି ସହଯୋଗର ହାତ, ରାଜ୍ୟ ଆଇପିଏସ୍ ଏବଂ ଆଇଏଏସ୍ ଅଧିକାରୀ ଦେବେ ଦିନକର ଦରମା ଅର୍ଥ

By B Charan Subudhi Aug 20, 2018 #Featured
304 Views

ଭୁବନେଶ୍ୱର, ଅଗଷ୍ଟ ୨୦ :

କେରଳରେ ବନ୍ୟା ସ୍ଥିତି ଏବେ ମଧ୍ୟ ଗମ୍ଭୀର ରହିଛି । ରାଜ୍ୟରେ ପ୍ରାୟ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଥିବା ବେଳେ ଲକ୍ଷାଧିକ ଲୋକ ବାସଚ୍ୟୁତ ହୋଇଛନ୍ତି  । କେରଳ ସରକାରଙ୍କୁ  ସହଯୋଗ ତଥା ବିପନ୍ନଙ୍କ ସହାୟତା ପାଇଁ ବିଭିନ୍ନ ସଂସ୍ଥା ତଥା ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରୁଛନ୍ତି । ଏହା ସହ ବିଭିନ୍ନ ବ୍ୟକ୍ତି ବିଶେଷ ମଧ୍ୟ ସହଯୋଗର ହାତ ବଢାଇଛନ୍ତି ।

ଗତକାଲି ଓଡିଶା ସରକାର କେରଳ ବିପନ୍ନଙ୍କୁ ଅତିରିକ୍ତ ୫କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିବା ବେଳେ ଆଜି ରାଜ୍ୟର ସମସ୍ତ ଆଇପିଏସ ଏବଂ ଆଇଏଏସ ଅଧିକାରୀ ଦିନକର ଦରମା ଅର୍ଥ ଦେବା ପାଇଁ ନିଷ୍ପତି ନେଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ଆଇପିଏସ୍ ଏବଂ ଆଇଏଏସ୍ ସଂଘ । ସୂଚନାଯୋଗ୍ୟ କି, ଗତକାଲି ଆନ୍ଧ୍ରପ୍ରଦେଶ ଆଇଏଏସ୍ ଅଧିକାରୀମାନେ ମଧ୍ୟ କେରଳ ବନ୍ୟା ପୀଡିତଙ୍କୁ ଦିନକର ଦରମା ଅର୍ଥ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ ।

Related Post