Fri. Mar 6th, 2026

କେବଳ ଗ୍ରିନ୍‌ କ୍ରାକର୍‌ ଛଡ଼ା ଅନ୍ୟ କୌଣସି ବାଣ ଦିଲ୍ଲୀ-ଏନ୍‌ସିଆର୍‌ରେ ବିକ୍ରୟ କରାଯିବ ନାହିଁ: ସୁପ୍ରିମ୍‌ କୋର୍ଟ

449 Views

ନୂଆଦିଲ୍ଲୀ: ବାଣ ବିକ୍ରୟ ସମ୍ପର୍କରେ ସୁପ୍ରିମ୍‌ କୋର୍ଟ ନିଜର ଆଦେଶକୁ ସ୍ପଷ୍ଟ କରି ବୁଧବାର ଦିନ କହିଛନ୍ତି ଯେ ଏଥର ପର୍ବପର୍ବାଣି ସମୟରେ ଦିଲ୍ଳୀ-ଜାତୀୟ ରାଜଧାନୀ ଅଞ୍ଚଳରେ ଗ୍ରିନ୍‌ କ୍ରାକର୍‌ (କମ୍‌ ପ୍ରଦୂଷଣକାରୀ ବାଣ) ଛଡ଼ା ଅନ୍ୟ କିଛି ବାଣ ବିକ୍ରୟ କରାଯିବ ନାହିଁ। ବିଚାରପତି ଏ କେ ଶିକ୍ରି ଏବଂ ଅଶୋକ ଭୂଷଣଙ୍କ ଖଣ୍ଡପୀଠ କହିଲେ ଯେ ଉତ୍ପାଦିତ ହୋଇ ସାରିଥିବା ସବୁ ବାଣ ଏଥର ପର୍ବପର୍ବାଣିରେ ବିକ୍ରୟ କରାଯାଇ ପାରିବ, କିନ୍ତୁ କେବଳ ଦେଶର ଅନ୍ୟାନ୍ୟ ଭାଗରେ।

ପର୍ବପର୍ବାଣି ସମୟରେ ତାମିଲନାଡୁ, ପୁଦ୍ଦୁଚେରୀ ଏବଂ ଅନ୍ୟାନ୍ୟ ଦକ୍ଷିଣୀ ରାଜ୍ୟରେ ଭୋର୍‌ ୪ଟାରୁ ୫ଟା ଏବଂ ରାତି ୯ଟାରୁ ୧୦ଟା ଯାଏଁ ବାଣ ଫୁଟି ପାରିବ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ସାର୍ବଜନିକ ଆତସବାଜି ଫୁଟାଣ ଲାଗି ସୁପ୍ରିମ୍‌ କୋର୍ଟ ଦେଇଥିବା ୨ ଘଣ୍ଟା ସମୟ ସମଗ୍ର ଭାରତ ପାଇଁ ଲାଗୁ ହେବ।

ଇ-କମର୍ସ ଯୋଗେ ବାଣ ବିକ୍ରୟ ଲାଗି ସୁପ୍ରିମ୍‌ କୋର୍ଟଙ୍କ ରାୟ ସମଗ୍ର ଦେଶ ପାଇଁ ଲାଗୁ ହେବ ବୋଲି ମଧ୍ୟ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।

By amfnews

Related Post