Sat. Nov 2nd, 2024

କେନ୍ଦ୍ର ସରକାର ବିରୋଧରେ ସିପିଏମ୍ର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

By amfnews Dec 15, 2018 #Featured
651 Views

ରାଉରକେଲା, ୧୫ା୧୨ : ନରେନ୍ଦ୍ର ମୋଦି ସରକାରର ଜନବିରୋଧି ନୀତି ବିରୋଧରେ, ଦେଶ ଓ ସମ୍ବିଧାନର ସୁରକ୍ଷା ଦାବି ଓ ଜନସାଧାରଣଙ୍କୁ ମୌଳିକ ସୁବିଧା ପ୍ରଦାନ ପାଇଁ ସିପିଆଇଏମ୍ ରାଉରକେଲା ଆଞ୍ଚଳିକ କମିଟି ପକ୍ଷରୁ ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦର ହ୍ରାସ କରିବା, ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା, ସର୍ବନିମ୍ନ ମାସିକ ବେତନ ୧୮ ହଜାର ଟଙ୍କା କରିବା, କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, ମନରେଗାରେ ୨୦୦ ଦିନର କାମ, ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପୂର୍ବରୁ ଥଇଥାନ, ପିଡିଏସ୍ର ସୁଦୃଢୀକରଣ, ମହିଳା, ସଂଖ୍ୟାଲଘୁ ଓ ଦଳିତ ବର୍ଗର ସୁରକ୍ଷା, ୨ୟ ବ୍ରାହ୍ମଣୀ ସେତୁ ନିର୍ମାଣ, ଆଇଜିଏଚ୍କୁ ସୁପର ସ୍ପେସାଲିଟି ହସ୍ପିଟାଲ ଦାବିରେ ଏହି ବିକ୍ଷୋଭ କରାଯିବା ସହ ପାନପୋଷ ଉପଜିଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ଏହି ସ୍ମାରକପତ୍ରରେ ରାଉରକେଲା ତଥା ଦେଶର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ ପାଇଁ ଅନୁରୋଧ କରାଯାଇଛି । ସିପିଆଇଏମ୍ ରାଉରକେଲା ଆଞ୍ଚଳିକ କମିଟି ପକ୍ଷରୁ ସମ୍ପାଦକ ବି.ପି. ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ସମ୍ପାଦକ ମଣ୍ଡଳୀ ସଦସ୍ୟ ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ସାଲୋମୀ ମିଞ୍ଜ, ରାଉରକେଲା ଆଞ୍ଚଳିକ କମିଟି ସମ୍ପାଦକ ମଣ୍ଡଳୀ ସଦସ୍ୟ ବସନ୍ତ ନାୟକ, ରାଜକିଶୋର ପ୍ରଧାନ, ଅଜୟ ଶର୍ମା, ବିନୋଦିନୀ ଦାସ, ଯଯାତି କେଶରୀ ସାହୁ, ବିଶ୍ୱଜିତ ମାଝି, ଆଞ୍ଚଳିକ କମିଟି ସଭ୍ୟ ଅରିନ୍ଦମ ଦତ୍ତ, ପ୍ରଭାତ ମହାନ୍ତି, ତାଜମୁନ ନେହାର, ଅନାଦି ସାହୁ, ଅଜିତ ଏକ୍କା, ଚମ୍ପା କୁଜୁର, ଶୁଭ୍ରା ମୁଖାର୍ଜୀ, ବିନୟ ବେଉରିଆ, ଜ୍ୟୋସ୍ନାମୟୀ ଧୂପାଳ, ଅଞ୍ଜଳି ଘୋଷ, ଜୟନ୍ତୀ ନାୟକ, ସନିଗ୍ରୋ ବେସ୍ରାଙ୍କ ସମେତ ବହୁ ସଂଖ୍ୟାରେ କର୍ମୀ ଓ ସମର୍ଥକ ଏହି ବିକ୍ଷୋଭରେ ସାମିଲ୍ ହୋଇଥିଲେ ।

By amfnews

Related Post