ଦିଲ୍ଲୀ,ଡିସେମ୍ବର 23 : ଚଳିତବର୍ଷ ଶିକ୍ଷାକ୍ଷେତ୍ରରେ କରୋନାର ପ୍ରଭାବ ଅଧିକ ମାତ୍ରାରେ ପଡ଼ିଥିବା ବେଳେ ଏବେ କରୋନାର ନୂଆ ଷ୍ଟ୍ରେନ୍ କୁ ନେଇ ସମସ୍ତେ ଚିନ୍ତିତ । ତେବେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ବର୍ଷ ଫେବୃୟାରୀରେ ହେବାକୁ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍ଇ)ର ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଛନ୍ତି କେନ୍ଦ୍ର ସରକାର ।
ଏ ନେଇ ମଙ୍ଗଳବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଶିକ୍ଷକଙ୍କ ସହିତ ଆଲୋଚନା କରି ସ୍ପଷ୍ଟ କରିଛନ୍ତି ଯାହା ପରବର୍ତ୍ତୀ ସମୟରେ ପରୀକ୍ଷା ତାରିଖ ଘୋଷଣା କରାଯିବ । ପୋଖରିଆଲ କହିଛନ୍ତି, ପରୀକ୍ଷାକୁ ବାତିଲ କରି ପାସ୍ କରିଦେଲେ ସେମାନଙ୍କୁ ଉଚ୍ଚ ଶିକ୍ଷା, ଚାକିରି ଆଦି ବେଳେ ସମସ୍ୟାରେ ପକାଇପାରେ। ତେଣୁ ପରୀକ୍ଷା କୌଣସି ପରିସ୍ଥିତିରେ ବି ରଦ୍ଦ କରାଯିବ ନାହିଁ।https://platform.twitter.com/embed/index.html?dnt=false&embedId=twitter-widget-1&frame=false&hideCard=false&hideThread=false&id=1341331715508191232&lang=en&origin=https%3A%2F%2Fkhabarodisha.com%2FKhabar-Odisha-Special-and-Odisha-News-Detail%2FThe-big-announcement-from-the-central-government-is-that-the-CBSEE-10th-12th-exams-will-be-held-in-February-77619&theme=light&widgetsVersion=ed20a2b%3A1601588405575&width=550px
ପରୀକ୍ଷା ନିଶ୍ଚିତ ହେବ, ଅଫ୍ଲାଇନ୍ ମୋଡ୍ରେ ହିଁ ହେବ। ଅନେକ ପରୀକ୍ଷା କେନ୍ଦ୍ର ଗ୍ରାମାଞ୍ଚଳରେ ରହିଛି। ପିଲାଙ୍କ ଉପରେ ଚାପ କମ୍ କରିବାକୁ ଏଥର ସିବିଏସ୍ଇ ବୋର୍ଡ ପରୀକ୍ଷା ପାଇଁ ସିଲାବସ୍କୁ ପ୍ରାୟ ୩୦ ପ୍ରତିଶତ ହ୍ରାସ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।