Fri. Dec 27th, 2024

କେନ୍ଦ୍ରୀୟ ଚାକିରି କରାଇଦେବାକୁ କହି ଯୁବକଙ୍କଠାରୁ ୧୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

By amfnews Feb 4, 2020 #Featured
179 Views

ଭୁବନେଶ୍ୱର: ସ୍ଥାୟୀ ଚାକିରି ସାଙ୍ଗକୁ ଭଲ ଦରମା | କିଛି ଏଭଳି ପ୍ରତିଶୃତି ଦେଇ ଜଣେ ଯୁବକଙ୍କଠାରୁ ୧୫ ଲକ୍ଷ ଟଙ୍କା ଠକିନିଆଯାଇଥିବାର ଅଭିଯୋଗ ସାମ୍ନାକୁ ଆସିଛି | ଆଇଓସିଏଲରେ ଚାକିରି କରାଇ ଦେବାକୁ କହି ୧୫ଲକ୍ଷ ଟଙ୍କା ଠକେଇ କରାଯାଇଥିବାର ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଜଣେ ଯୁବକ ଅଭିଯୋଗ କରିଛନ୍ତି । ଭୁବନେଶ୍ୱରର ଖଣ୍ଡଗିରି ଅଂଚଳରେ ରହୁଥିବା ବାଲେଶ୍ୱରର ସାଗର କୁମାର ପାଢୀ ନାମକ ଜଣେ ଯୁବକ ଏପରି ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ ସୁରେଶ ବାରିକ ଓ ବିଜେନ୍ଦ୍ର ସିଂ ନାମକ ଦୁଇ ବ୍ୟକ୍ତି ସାଗରଙ୍କୁ ଆଇଓସିଏଲରେ ଚାକିରି କରାଇ ଦେବେ କହି ୧୫ ଲକ୍ଷ ଟଙ୍କା ଠକି ନେଇଛନ୍ତି । ସବୁଠାରୁ ବଡ କଥା ହେଉଛି ସାଗରକୁ ନେଇ ସେମାନେ ଆଇଓସିଏଲ ଅଫିସ ଭିତରକୁ ଯାଇଥିଲେ ।

ସବୁ ବିଭାଗରେ ବୁଲାଇ କେଉଁଠାରେ ପୋଷ୍ଟିଂ ହେବ ତାହା ବି ଦେଖାଇ ଥିଲେ । ସାଗରଙ୍କ ମନରେ ବିଶ୍ୱାସ ହେବା ପରେ ଦୁଇ ଠକ ବ୍ୟାଙ୍କ ଆକାଉଣ୍ଟ ଯୋଗେ ୧୦ଲକ୍ଷ ଟଙ୍କା ଓ ନଗଦ ୫ଲକ୍ଷ ଟଙ୍କା ନେଇଥିଲେ । ହେଲେ ଟଙ୍କା ପାଇବା ପରେ ସୁରେଶ ଓ ବିଜେନ୍ଦ୍ର ଧରାଛୁଆଁ ଦେଉ ନାହାଁନ୍ତି । ଠକାମିର ଶିକାର ହୋଇଥିବା ଜାଣିବା ପରେ ସାଗର ଏବେ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ।

By amfnews

Related Post