Mon. Mar 9th, 2026

କେନ୍ଦ୍ରାପଡ଼ା: ଦଶମ ଶ୍ରେଣୀ ଛାତ୍ରୀ ଶିଶୁପୁତ୍ର ଜନ୍ମ ଦେଲେ, ବାଳ ସୁଧାର ଗୃହରେ ଅଛନ୍ତି ଉଭୟ ମାଆ ଓ ପିଲା

523 Views

କେନ୍ଦ୍ରାପଡ଼ା, ଜାନୁଆରୀ ୨୧ : ନିକଟ ଅତୀତରେ ଦାରିଙ୍ଗବାଡ଼ିରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପିଲା ଜନ୍ମ କରିବା ଘଟଣା ଲୋକଙ୍କ ମନରୁ ଠିକ୍‌ ଭାବେ ନ ଲିଭୁଣୁ ସୋମବାର ଜଣେ ଦଶମ ଶ୍ରେଣୀ ଛାତ୍ରୀର ପିଲା ଜନ୍ମ କରିବା ଘଟଣା ପୁଣି ଥରେ ରାଜ୍ୟବାସୀଙ୍କୁ ଚକିତ କରିଛି। କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଅଞ୍ଚଳର ଏକ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁସାରେ, କିଛି ମାସ ହେବ ଛାତ୍ରୀଜଣକ  ଘର ବାହାରକୁ ବାହାରିବା ବନ୍ଦ କରି ଦେଇଥିଲେ। ସନ୍ଦେହ କରାଯାଉଛି ଯେ ପରିବାର ଲୋକ ପିଲାଟି ଗର୍ଭବତୀ ଅଛି ବୋଲି ଜାଣିବା ପରେ ଲୋକଲଜ୍ଜା ଭୟରେ ଘରେ ଲୁଚାଇ ରଖୁଥିଲେ। ଗତକାଲି ସଂଧ୍ୟାରେ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଯିବାରୁ ପରିବାର ଲୋକେ ନାବାଳିକାକୁ ପାଟକୁରା ସରକାରୀ ହସ୍ପିଟାଲ୍‌କୁ ନେଇ ଯାଇଥିଲେ। ସେଠାରେ କାଲି ସଂଧ୍ୟାରୁ ଭର୍ତ୍ତି କରାଯିବା ପରେ ଆଜି ସକାଳୁ ନାବାଳିକା ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ପୀଡ଼ିତା ନାବାଳିକାଙ୍କର ତାଙ୍କ ଘର ପାଖର ଏକ ପିଲା ସହ ଅନୈତିକ ସଂପର୍କ ରହିଥିଲା।

ପିଲାଟି ପାଟକୁରା ହସ୍ପିଟାଲ୍‌ରେ ଜନ୍ମ ନେବା ପରେ ପଲ୍ଲିଶ୍ରୀ ସମିତିର ସଦସ୍ୟମାନେ ଆସି ଉଭୟ ମାଆ ଓ ନବଜାତକଙ୍କୁ ବାଳ ସୁଧାର ଗୃହକୁ ନେଇ ଯାଇଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଜାରି ରଖିଛି।

By amfnews

Related Post