Sat. Mar 7th, 2026

କେନ୍ଦ୍ରାପଡ଼ା: ଟ୍ରିପଲ୍‌ ମର୍ଡର୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

286 Views

କେନ୍ଦ୍ରାପଡ଼ା , ନଭେମ୍ବର ୧୮: ରବିବାର ଦିନ ପାଟକୁରା ପୁଲିସ ମଧୁସୂଦନପୁର ଗାଁ’ରେ ଜମିବାଡ଼ି ବିବାଦରୁ ତିନି ଜଣଙ୍କୁ ପିଟି ପିଟି ହତ୍ୟା କରିଥିବା ଘଟନାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗତରାତିରେ ମୁଖ୍ୟ ଅଭିଯୁକ୍ତ ଅମର ବିକ୍ରମ ଦାସ ତାଙ୍କର ବଡ଼ବାପା ଓ ବଡ଼ବୋଉଙ୍କୁ ବାଡ଼େଇ ବାଡ଼େଇ ମାରିବା ପରେ ଗ୍ରାମବାସୀଙ୍କ କବଳରୁ ଖସି ଫେରାର ହୋଇଯାଇଥିଲା। ଆଜି ସକାଳେ ସେ ଗାଁ ଅଦୂରସ୍ଥ ଦଣ୍ଡାରେ ଲୁଚିଥିବା ସମୟରେ ପୁଲିସ ହାବୁଡ଼ରେ ପଡ଼ି ଗିରଫ ହୋଇଛି।

ଅମର ବିକ୍ରମଙ୍କ ମାଡ଼ରେ ଆହତ ହୋଇଥିବା ଅନ୍ୟ ତିନି ଜଣଙ୍କ ମଧ୍ୟରୁ ପ୍ରତିମା ଦାସ ନାମ୍ନା ମହିଳା ଗତ ରାତିରେ ଡାକ୍ତରଖାନାକୁ ନିଆଯିବା ବାଟରେ ମୃତ୍ୟୁ ବରଣ କରିଥିଲେ। ପ୍ରତିମାଙ୍କ ମୃତ୍ୟୁ ଘଟିବା ପରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି।

By amfnews

Related Post