Mon. Mar 9th, 2026

କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧି ଏସ୍‌.କେ. ମେହେତାବ ଆହତ

175 Views

କେନ୍ଦ୍ରାପଡ଼ା : ପୁଣି କେନ୍ଦ୍ରାପଡ଼ା ପୁଲିସର ଏନ୍‌କାଉଣ୍ଟର। ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ପୁଲିସର ଏନ୍‌କାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧି ଏସ୍‌.କେ. ମେହେତାବ ଆହତ ହୋଇଛି। ତାକୁ ଚିକିତ୍ସା ଲାଗି ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣାଟି କେନ୍ଦ୍ରାପଡ଼ାର କଂସାର ରୋଡରେ ଗତକାଲି ରାତିରେ ଘଟିଛି। କେନ୍ଦ୍ରାପଡ଼ା ପୁଲିସର ଏନ୍‌କାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧି ଏସ୍‌.କେ. ମେହେତାବ। ତାର ଦୁଇଟି ଗୋଡରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତାର ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି। ବ୍ୟବସାୟୀ ବିବେକାନନ୍ଦ ମହାରଣା ଗୁଳିକାଣ୍ଡର ସେ ମୁଖ୍ୟ ଅଭିଯୁକ୍ତ।

By amfnews

Related Post