Fri. Dec 27th, 2024

କେନ୍ଦ୍ରମନ୍ତ୍ରୀଙ୍କ ବୈଠକରେ ଆର୍ଏସ୍ଏସ୍ର ଯୋଗଦାନ ଓ ଆଲୋଚନା

rklsanchar@gmail.com' By J.N. Pradhan Jul 18, 2018 #Featured
173 Views

ରାଉରକେଲା, ୧୮/୭ : କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଦ୍ୱାରା ଆହୁତ ପେନସନ ବୈଠକରେ ଆର୍ଏସ୍ଏସ୍ ସଭାନେତ୍ରୀ ଡିଏସ୍ ପାଣିକରଙ୍କ ନେତୃତ୍ୱରେ ଆଇଏନ୍ଟିୟୁସିର ୭ ଜଣ ପ୍ରତିନିଧି ଯୋଗ ଦେବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ତେବେ ତୁରନ୍ତ ସେଲ୍ ପେନ୍ସନ ସ୍କିମ ଲାଗୁ କରିବା, ମ୍ୟାନେଜମେଣ୍ଟ କଣ୍ଟ୍ରିବ୍ୟୁସନ ବେସିକ + ଡିଏ ସତକଡା ୬କୁ ବଜାୟ ରଖିବା ଏବଂ ନୂତନ ବେତନ ଚୁକ୍ତିନାମା ପାଇଁ ଏନ୍ଜେସିଏସ୍ର ପୂର୍ଣ୍ଣାଙ୍ଗ ବୈଠକ ଆରମ୍ଭ କରିବା ଉପରେ ଆଇଏନ୍ଟିୟୁସି ଏବଂ ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଦାବି କରାଯାଇଥିଲା ।

ଏହା ଉପରେ ଆଲୋଚନା କରି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ନିଜର କ୍ଷମତା, ଲାଭ ଏବଂ ଆର୍ôଥକ ବ୍ୟାପାରକୁ ଦର୍ଜମା କରି ପେନସନ ସ୍କିମ୍ ଓ ଅନ୍ୟାନ୍ୟ ଦାବିଗୁଡିକ ଲାଗୁ କରିବାକୁ ଇସ୍ପାତ ମନ୍ତ୍ରାଳୟ ଅଧିନସ୍ଥ ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଶ୍ରୀମତୀ ପାଣିକରଙ୍କ ସମେତ ଆଇଏନ୍ଟିୟୁସିର ବିଭିନ୍ନ ପ୍ଲାଣ୍ଟର ଶ୍ରମିକ ନେତାଙ୍କ ମଧ୍ୟରେ ରାଜଶେଖର ମନ୍ତ୍ରୀ, ହରଜିତ ସିଂହ, ବିଶ୍ୱଜିତ ବିଶ୍ୱାସ, ବିକାଶ ଘଟକ, ଏସ୍.କେ. ଭାଗେଲା ପ୍ରମୁଖ ସାମିଲ୍ ଥିଲେ ।

Related Post