Sat. Mar 7th, 2026

କେନ୍ଦୁପତ୍ର ତୋଳିବା ସମୟରେ ମହିଳା ଶ୍ରମିକଙ୍କ ମୃତ୍ୟୁ, ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

287 Views

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ କେନ୍ଦୁପତ୍ର ତୋଳିବା ପାଇଁ ଯାଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ପାଟଣାଗଡ଼ କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ଭାଲୁଆପିତା ଗ୍ରାମର ସୋଭାଗିନୀ ମଲ୍ଲିକ ଗତକାଲି ସକାଳୁ ଉଠି ନିଜ ଗ୍ରାମ ନିକଟସ୍ଥ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିଲେ। କେନ୍ଦୁପତ୍ର ତୋଳିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେଠାରେ ସୋଭାଗିନୀଙ୍କ ମୃତଦେହ ପଡ଼ିଥିଲା
ଖବର ପାଇ ଘଟଣାସ୍ଥଳରେ ପାଟଣାଗଡ଼ କେନ୍ଦୁପତ୍ର ବିଭାଗର ରେଞ୍ଜର ଜଗନ୍ନାଥ ଦାଶ ପହଞ୍ଚିଥିଲେ। ସେଠାରୁ ଶବକୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲ। ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ସୋଭାଗିନୀଙ୍କ ସ୍ବାମୀ ପଙ୍କଜ ମଲ୍ଲିକ ଝାରସୁଗୁଡ଼ାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି। ଲକଡାଉନ୍ ହୋଇଥିବାରୁ ସେ ଗତକାଲି ଆସି ପରି ନ ଥିବା ଜଣାପଡ଼ିଛି। ଆଜି ପଙ୍କଜ ପହଞ୍ଚିବା ପରେ ସୋଭଗିନୀଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ଜଣାଯାଇଛି।

ଏଣେ କେନ୍ଦୁପତ୍ର ତୋଳିବା ସମୟରେ ସୋଭଗିନୀଙ୍କ ମୃତ୍ୟୁ ହୋଇଥିବାରୁ କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ଟଙ୍କା ଓ ପରିବାରର ଜଣକୁ ଚାକିରି ଦେବା ପାଇଁ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘର ମହାସଚିବ ନିରଞ୍ଜନ ବିଶି ଦାବି କରିଛନ୍ତି। ସେହିପରି କେନ୍ଦୁପତ୍ର ତୋଳାଳୀ ସଂଘର ରାଜ୍ୟ ଉପସଭାପତି କିଶୋର କୁମାର ପରିଛା କେନ୍ଦୁପତ୍ର ଡିଭିଜନର ଡିଏଫଓଙ୍କ ନିକଟରେ ସୋଭଗିନୀ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ହୋଇଥିବାରୁ ତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଓ ଜଣକୁ ଚାକିରି ଦେବା ନେଇ ଦାବି କରିଥିବା ଜଣାପଡ଼ିଛି।

By amfnews

Related Post