223 Views
କେନ୍ଦୁଝର, ନଭେମ୍ବର ୬: କେନ୍ଦୁଝର ଜିଲ୍ଲା ଯୋଡା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି । ପୋଲିସକୁ ଚକମା ଦେଇ ଅପରାଧୀ ଜଣକ ଆଖି ପିଛୁଳାକେ ଖସି ପଳାଇଯାଇଛି । ଚମ୍ପଟ ମାରିଥିବା ଅଭିଯୁକ୍ତ ଝାଡଖଣ୍ଡର ମୋଟୁ ମାଝୀ ।
ଗତକାଲି ମୋଟୁକୁ ପୋଲିସ ଝାଡଖଣ୍ଡରୁ ଗିରଫ କରିଥିଲା । ଏକ ହାଇୱା ଚୋରି ଘଟଣାରେ ସେ ଫେରାର ହୋଇଯାଇଥିଲା । କିନ୍ତୁ ଗତକାଲି ତାକୁ ଗିରଫ କରାଯାଇଥିବାବେଳେ ଆଜି ସେ ଥାନାରୁ ଖସି ପଳାଇ ଯାଇଛି । ମୋଟୁକୁ ଧରିବାକୁ ପୋଲିସ ଛାନଭିନ ଆରମ୍ଭ କରିଛି । ଜଣେ ଅଭିଯୁକ୍ତ ଥାନାରୁ ଖସି ପଳାଇବା ପୋଲିସ ସୁରକ୍ଷା ବ୍ୟବସ୍ଥା ଉପରେ ସାଧାରଣରେ ପ୍ରଶ୍ନ ଉଠିଛି ।