Sun. Mar 8th, 2026

କେନ୍ଦୁଝର ଏସ୍‌ପିଙ୍କ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌

233 Views

କେନ୍ଦୁଝର : ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର। ତାଙ୍କ ଶରୀରରେ ସାମାନ୍ୟ ଆଘାତ ଲାଗିଛି। ପୁଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ସହ ଡ୍ରାଇଭରକୁ ଅଟକ ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ପ୍ରାୟ ୧୨ଟା ସମୟରେ ଏସପି କେନ୍ଦୁଝରରୁ ତୁରୁମୁଙ୍ଗା ଥାନା ପରିଦର୍ଶନରେ ଯାଉଥିଲେ। ଏହି ସମୟରେ ଝାରବେଡ଼ା ଛକରେ ଏକ ୧୦ ଚକିଆ ଟ୍ରକ୍ ତାଙ୍କ ଗାଡ଼ିର ମୁହାଁମୁହିଁ ଧକ୍କା ହେଇଥିଲା। ସୌଭାଗ୍ୟବଶତଃ ଏସପି ବଞ୍ଚିଯାଇଥିଲେ। କିନ୍ତୁ ଏସ୍ପି ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗି ଯାଇଥିଲା। ଦୁର୍ଘଟଣା ବେଳେ ଏସ୍‌ପି ଗାଡ଼ି ଆଗରେ ବସିଥିଲେ। ତୁରୁମୁଙ୍ଗା ପୁଲିସ୍ ଟ୍ରକ୍ ସହ ପହଞ୍ଚି ଡ୍ରାଇଭରକୁ ଅଟକ ରଖିଥିଲା।

By amfnews

Related Post