153 Views
ନୂଆଦିଲ୍ଲୀ, ନଭେମ୍ବର ୨୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲଙ୍କୁ ସାକ୍ଷାତ କରିବାକୁ ଆସିଥିବା ଏକ ବ୍ୟକ୍ତିଙ୍କ ପକେଟରୁ ଅଫୁଟା ଗୁଳି ମିଳିବାରୁ ପୋଲିସ ମହଲରେ ଚାଂଚଲ୍ୟ ଖେଳିଯାଇଛି । ଏହି ଘଟଣାଟି ସୋମବାର ସକାଳେ ଘଟିଛି । ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇ ଗୁଳିକୁ ଜବତ କରାଯାଇଛି ।
ପୋଲିସ ଏହାକୁ ଆର୍ମ ଆକ୍ଟ ଧାରାରେ ଗିରଫ କରିଛି ଓ କହିଛି କି, ଅଭିଯୁକ୍ତ ଜଣକ ନାମ ଇମରାନ । କେଜ୍ରିୱାଲଙ୍କ ସାକ୍ଷତ କରିବାକୁ ଯିବା ସମୟରେ ଚେକିଂ କରାଯାଉଥିବା ବେଳେ ତାଙ୍କ ପକେଟରୁ ଏହି ଗୁଳି ଜବତ କରାଯାଇଥିଲା । ବର୍ତମାନ ଏହାର ତଦନ୍ତ ଚାଲିଛି ।
ସୂଚନାଯୋଗ୍ୟ କି, ଏକ ମୁସଲିମ ମୌଲବୀଙ୍କ ଏକ ଗ୍ରୁପ କେଜ୍ରିୱାଲଙ୍କ ନିକଟକୁ ନିଜ ଦରମା ବଢାଇବା ନେଇ ସୁପାରିଶ କରିବାକୁ ଆସିଥିଲେ । ଉକ୍ତ ଯୁବକ ଜଣକ ସେହି ମୁସଲିମ ଗ୍ରୁପର ସଦସ୍ୟ ଅଟେ । ପୋଲିସ କହିଛି କି, ମୌଲବୀ ଇମରାନଙ୍କୁ ଉକ୍ତ ଗୁଳି ମସଜିଦର ଦାନପାତ୍ରରୁ ମିଳିଥିଲା ଓ ସେ ସେହି ଗୁଳିକୁ ନିଜ ପାଖରେ ରଖିଦେଇଥିଲେ । ଓ ପରେ ପକେଟରୁ ବାହାର କରିବାକୁ ଭୁଲି ଯାଇଥିଲା । ପୋଲିସ ଉକ୍ତ ଯୁବକକୁ ଗିରଫ କରି ଘଟଣାର ସତ୍ୟାସତ ଜାଣିବା ପାଇଁ ତଦନ୍ତ ଜାରି ରଖିଛି ।