Tue. Jun 10th, 2025

କେଉଁ ସଂସଦୀୟ କମିଟିରେ ସ୍ଥାନ ପାଇଲେ କେଉଁ ଓଡ଼ିଶା ସାଂସଦ

By amfnews Sep 14, 2019 #Featured
191 Views

ଭୁବନେଶ୍ୱର : ସଂସଦର ବିଭିନ୍ନ କମିଟିରେ ସ୍ଥାନ ପାଇଛନ୍ତି ଓଡ଼ିଆ ସାଂସଦ। ଫାଇନାନ୍ସ କମିଟିରେ ପିନାକୀ ମିଶ୍ର, ଅମର ପଟ୍ଟନାୟକ ସ୍ଥାନ ପାଇଛନ୍ତି। ସେହିପରି ପ୍ରତିରକ୍ଷା କମିଟିରେ ନୀତିଶ ଗଙ୍ଗଦେବ, ରାଜଶ୍ରୀ ମଲ୍ଲିକ ସ୍ଥାନ ପାଇଥିବା ବେଳେ ବାଣିଜ୍ୟ କମିଟିରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି କମିଟିରେ ରମେଶ ମାଝୀ, ପ୍ରସନ୍ନ ଆଚାର୍ଯ୍ୟ, ବୈଦେଶିକ ବ୍ୟାପାର କମିଟିରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ମାନବ ସମ୍ବଳ ବିକାଶ କମିଟିରେ ଚନ୍ଦ୍ରାଣୀ ମୁର୍ମୁ, ସସ୍ମିତ ପାତ୍ର, ଗୃହ ବିଭାଗ କମିଟିରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ସାର ଓ ରସାୟନ କମିଟିରେ ବିଶେଶ୍ୱର ଟୁଡୁ, ରଞ୍ଜୀବ ବିଶ୍ୱାଳ, ଆଇନ୍ ଓ ନ୍ୟାୟ, ସାଧାରଣ ଅଭିଯୋଗ କମିଟିରେ ସୁରେଶ ପୂଜାରୀଙ୍କୁ ସ୍ଥାନ ମିଳିଛି।

ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଓ ସାଧାରଣ ବଣ୍ଟନ କମିଟିରେ ପ୍ରମିଳା ବିଷୋୟୀ, ସପ୍ତଗିରି ଉଲାକା ସ୍ଥାନ ପାଇଥିବା ବେଳେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ କମିଟିରେ ଚନ୍ଦ୍ରଶେଖର ସାହୁ, ସଂସଦୀୟ ଶ୍ରମ ଓ ନିୟୋଜନ କମିଟି ଅଧ୍ୟକ୍ଷ ଭାବେ ଭର୍ତ୍ତୃହରି ମହତାବ ନିଯୁକ୍ତ ହୋଇଛନ୍ତି।

ସେହିପରି ରେଲୱେ କମିଟିରେ ଅନୁଭବ ମହାନ୍ତି ଓ ସଙ୍ଗୀତା କୁମାରୀ ସିଂହଦେଓ ସ୍ଥାନ ପାଇଥିବା ବେଳେ ସହରାଞ୍ଚଳ ବିକାଶ କମିଟିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସଂସଦୀୟ ଜଳସମ୍ପଦ କମିଟିରେ ନରେନ୍ଦ୍ର କୁମାର ସ୍ୱାଇଁଙ୍କୁ ସ୍ଥାନ ମିଳିଛି ।

By amfnews

Related Post