Mon. Jun 9th, 2025

‘କେଉଁ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କୁ ଯୌନ ସଂପର୍କ ପାଇଁ ରାଜି କରାଇବା କେତେ ସହଜ’ ତାହାର ମାନ୍ୟତା ତାଲିକା ପ୍ରକାଶ କରି ହରଡ଼ଘଣାରେ ଜାପାନୀ ପତ୍ରିକା

By amfnews Jan 8, 2019 #Featured
341 Views

ଟୋକିଓ: ଜାପାନରେ ରହିଥିବା ମହିଳା ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ କେଉଁ ମହିଳା ବିଶ୍ୱବିଦ୍ୟାଳୟର ମହିଳା ଛାତ୍ରୀଙ୍କୁ ଯୌନ ସଂପର୍କ ପାଇଁ ରାଜି କରାଇବା କେତେ ସହଜ ତାହାର ଏକ ମାନ୍ୟତା ତାଲିକା (ର‍୍ୟାଙ୍କିଙ୍ଗ୍‌ ଲିଷ୍ଟ) ପ୍ରକାଶ କରି, ଜାପାନର ଏକ ଟାବଲଏଡ୍‌ ମ୍ୟାଗାନିଜ୍‌ ହରଡ଼ଘଣାରେ ପଡ଼ିଯାଇଛି। ସାପ୍ତାହିକ ଟାବଲଏଡ୍‌ ମ୍ୟାଗାନିଜ୍‌ ‘ସ୍ପା’ର ଗତ ଡିସେମ୍ବର ୨୫ ସଂଖ୍ୟାରେ ଏହି ମାନ୍ୟତା ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ଜାପାନ୍‌ରେ ତୀବ୍ର ବିବାଦ ଓ ବିତର୍କ ସୃଷ୍ଟି ହୋଇଛି। ତେବେ, ସୃଷ୍ଟି ହୋଇଥିବା ବିବାଦ ଓ ବିତର୍କ ଥମିବା ପରିବର୍ତ୍ତେ ଅଧିକ ଉଗ୍ର ହେଉଥିବା ଦେଖିବା ପରେ ଆଜି ସଂପୃକ୍ତ ପତ୍ରିକା ‘ସ୍ପା’ ନିଜର ଏହି ଭୁଲ୍‌ ସ୍ୱୀକାର କରିବା ସହ ଏଥିପାଇଁ ସର୍ବ ସାଧାରଣରେ କ୍ଷମା ପ୍ରାର୍ଥନା କରିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଜାପାନର ଲୋକପ୍ରିୟ ସାପ୍ତାହିକ ଟାବଲଏଡ୍‌ ମ୍ୟାଗାନିଜ୍‌ ‘ସ୍ପା’ର ଗତ ଡିସେମ୍ବର ୨୫ ସଂଖ୍ୟାରେ ଜାପାନର ମହିଳା ବିଶ୍ୱବିଦ୍ୟାଳୟ ମାନଙ୍କର ଏକ ମାନ୍ୟତା ତାଲିକା ବା (ର‍୍ୟାଙ୍କିଙ୍ଗ୍‌ ଲିଷ୍ଟ) ପ୍ରକାଶ ପାଇଥିଲା। ତେବେ, ପାଠପଢ଼ା ବା ଅନ୍ୟ କୌଣସି କାରଣକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ ହୋଇ ନଥିଲା; ବରଂ ମଦ ଆସର ମାନଙ୍କରେ କେଉଁ ମହିଳା ବିଶ୍ୱବିଦ୍ୟାଳୟର ମହିଳା ଛାତ୍ରୀଙ୍କୁ ଯୌନ ସଂପର୍କ ପାଇଁ ରାଜି କରାଇବା କେତେ ସହଜ ତାହାକୁ ଆଧାର କରି ଏି ମାନ୍ୟତା ତାଲିକା ପ୍ରକାଶିତ ହୋଇଥିଲା।

By amfnews

Related Post