Sat. Mar 7th, 2026

କେଉଁଠାରୁ ଟିକେଟ୍‌ ପାଇବେ ଓଲିଉଡ ଷ୍ଟାର୍‌ ଅରିନ୍ଦମ

269 Views

ଭୁବନେଶ୍ୱର: ଓଲିଉଡ ଷ୍ଟାର୍‌ ଅନୁଭବ ମହାନ୍ତି ବିଜେଡ଼ିର କେନ୍ଦ୍ରାପଡ଼ାରୁ ଲୋକସଭା ପାଇଁ ଟିକେଟ୍‌ ପାଇବାପରେ ଏବେ ଅନ୍ୟତମ ଲୋକପ୍ରିୟ ତାରକା ଅରିନ୍ଦମ୍‌ ରାୟଙ୍କର ଅବସ୍ଥା କ’ଣ ହେବ? ଏହାକୁ ନେଇ ଓଲିଉଡରେ ଯେମିତି ଚର୍ଚ୍ଚା ଚାଲିଛି,ସେମିତି ରାଜନୀତିରେ ବି ଚର୍ଚ୍ଚା ଜାରି ରହିଛି। ଆଉ ଜଣେ ଓଲିଉଡ ତାରକା ଆକାଶ ଦାସ ନାୟକ ପ୍ରତିନିଧିତ୍ୱ କରୁଥିବା କୋରେଇ ଆସନରୁ ଅରିନ୍ଦମ୍‌ଙ୍କୁ ଟିକେଟ୍‌ ମିଳିପାରେ ବୋଲିି ପ୍ରାୟ ବର୍ଷେକ ଆଗରୁ ଚର୍ଚ୍ଚା ହେଉଛି। ସେଥିଲାଗି ଅରିନ୍ଦମ୍‌ ମଧ୍ୟ କୋରେଇରେ ବେଶ୍‌ ସକ୍ରିୟ ହୋଇଥିଲେ। ତାଙ୍କୁ ସେଠାରେ କେତେକ ସଭାସମିତିରେ ଦେଖିବାକୁ ମିଳିଛି। ଏଣେ କଟକରେ ଚର୍ଚ୍ଚା ଯେ ବିଜେଡି ସୁପ୍ରମୋ ଅରିନ୍ଦମ୍‌ଙ୍କୁ କଟକ ଲୋକସଭା ଆସନ ବା ବାରବାଟୀ-କଟକ ବିଧାନସଭା ଆସନରୁ ପ୍ରାର୍ଥୀ କରିପାରନ୍ତି। ଖାଲି ସେତିକି ନୁହେଁ ଏଯାବତ୍‌ ବିଜେଡିର କଟକ ଲୋକସଭା ଆସନ, କଟକ-ବାରବାଟୀ ଓ କୋରେଇ ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ଅରିନ୍ଦମ ତାଙ୍କର ରାଜନୈତିକ ଲବି ଚଳାଇଥିବା ମଧ୍ୟ କୁହାଯାଉଛି। ଦେଖାଯାଉ,ଅରିନ୍ଦମ୍‌ କେଉଁ ଆସନରୁ ପ୍ରାର୍ଥୀ ହେଉଛନ୍ତି କି କେବଳ ଦଳପାଇଁ ନିର୍ବାଚନ ପ୍ରଚାର କରିବେ?

By amfnews

Related Post