Sun. Mar 8th, 2026

କୁହୁଡ଼ି କଲା ବାଟବଣା, ସମୁଦ୍ରରେ ଫସିଲା ଲଞ୍ଚ୍‌

177 Views

ପଟ୍ଟାମୁଣ୍ଡାଇ : ଘନ କୁହୁଡ଼ି ଯୋଗୁ ମଝି ସମୁଦ୍ରରେ ଫସିଲା ଲଞ୍ଚ୍‌। ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ତାଳଚୁଆରୁ ଚାନ୍ଦବାଲି ଯାଉଥିବା ଏକ ଲଞ୍ଚ୍‌ ଆଜି ସକାଳେ ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ସମୁଦ୍ରରେ ଫସି ରହିଥିଲା। ସକାଳ ପ୍ରାୟ ୯ଟା ପରେ କୁହୁଡ଼ି କମିବାରୁ ଲଞ୍ଚ୍‌ଟି ଚାନ୍ଦବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

ଆଜି ସକାଳ ପ୍ରାୟ ୬ଟା ପୂର୍ବରୁ ତାଳଚୁଆରୁ ଏହି ଲଞ୍ଚ୍‌ଟି ଚାନ୍ଦବାଲି ଅଭିମୁଖେ ବ୍ରାହ୍ମଣୀ ନଦୀରେ ଯାତ୍ରା କରୁଥିଲା। ହେଲେ ଯାତ୍ରା କରିବାର ପ୍ରାୟ ଅଧା ଘଣ୍ଟା ପରେ ଧାମରା ମୁହାଣ ନିକଟରେ ବାଟ ଜାଣି ନ ପାରି ଲଞ୍ଚ ଡ୍ରାଇଭର ସମୁଦ୍ରକୁ ପଶି ଯାଇଥିଲେ।  କିଛି ବାଟ ଯିବା ପରେ ଏହା ଜାଣିପାରି ସେ ଧାମରା ମୁହାଣଠୁ କିଛି ଦୂରରେ ଲଞ୍ଚ୍‌ଙ୍କୁ ଅଟକାଇ ରଖିଥିଲେ।

ଉକ୍ତ ଲଞ୍ଚ୍‌ରେ ଛୋଟ ଛୁଆଙ୍କ ସମେତ ବୟସ୍କ ବ୍ୟକ୍ତି ଓ ମହିଳାମାନେ ମଧ୍ୟ ଫସି ରହିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

By amfnews

Related Post