94 Views
ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶା ସମେତ ୭ଟି ଜିଲ୍ଲାକୁ କୁହୁଡି ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୁଳ, ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ରହିଛି। ୫ରୁ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।
ଗତଦୁଇ ଦିନ ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଶୀତୁଆ ପବନ ବୋହୁଥିଲା। ଆଜି ପାଗ ଶୁଖିଲା ରହିଛି। ବର୍ତ୍ତମାନ ସୁଦ୍ଧା ମାଲକାନଗିରିରେ ୨୯.୦ଡିଗ୍ରି ସେଲସିୟସ୍ ସର୍ବାଧିକ ତାପମାତ୍ରା ଥିବା ବେଳେ ଟିଟଲାଗଡ଼ରେ ୧୧.୦ ଡିଗ୍ରି ସେଲସିୟସ୍ ସର୍ବନିମ୍ନ ତାପମାତ୍ରା ରହିଛି।