146 Views
ନୂଆଦିଲ୍ଲୀ, ଅଗଷ୍ଟ ୦୭ : ପାକିସ୍ତାନ ଆଗାମୀ ସେପଟେମ୍ବର ୩ରେ ଇସଲାମବାଦ ହାଇକୋର୍ଟରେ କୁଲଭୂଷଣ ଯାଧବ ମାମଲାର ଶୁଣାଣି ସମୟରେ ଭାରତୀୟ ପକ୍ଷ ଉପସ୍ଥିତ ରହିବାକୁ ନୋଟିସ ପଠାଇଛି । ଏଥି ସହିତ ପାକିସ୍ତାନ ସରକାର ଭାରତୀୟ ନାଗରିକ ଯାଧବଙ୍କୁ କାଉନସଲର ଏକ୍ସସେସ ଦେବାକୁ ଉଦ୍ୟମ କରିଛି । ଇସଲାମାବାଦ ତରଫରୁ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀକୁ ଏବାବଦରେ ସୂଚନା ଦିଆଯାଇଛି । ଭାରତକୁ ନିଜ ପସନ୍ଦର ଆଇନଜୀବୀ ବାଛିବାକୁ ମଧ୍ୟ କୁହାଯାଇଛି ।
ପାକିସ୍ତାନ ସରକାର ନିଜ ପ୍ରସ୍ତାବରେ କାଉନସିଲର ଏକସେସ ସଂପର୍କରେ ସୂଚନା ଦେଇ କହିଛି ଯେ, ଯାଧବ ଏବଂ ସଂପର୍କିତ ବ୍ୟକ୍ତିଙ୍କ ମଧ୍ୟରେ କାଚର କାନ୍ଥ ମଧ୍ୟ ରହିବ ନାହିଁ । ଯାଧବଙ୍କ ସହିତ ଭାରତୀୟ ପ୍ରତିନିଧିଙ୍କ ଆଲୋଚନା କୌଣସି ଭାଷାରେ ସମ୍ଭବ ହେବ । ଏହା ପୂର୍ବରୁ ଆସିଥିବା ପ୍ରସ୍ତାବରେ ପାକିସ୍ତାନ ଭାଷାର ମାଧ୍ୟମ ଇଂରାଜୀ ରଖିବାକୁ ସର୍ତ୍ତ ରଖିଥିଲା ।