Sun. Mar 8th, 2026

କୁନି ଝିଅର ସଫଳ ସୃଷ୍ଟି; ଷଷ୍ଠ ଶ୍ରେଣୀରୁ ପୁସ୍ତକ ରଚନା କରି ଚର୍ଚ୍ଚାରେ ଅନନ୍ତିନୀ

274 Views

ନୂଆଦିଲ୍ଲୀ: କୁହାଯାଏ ଲେଖିପାରୁଥିବା ମଣିଷଟିଏ ଭଗବାନଙ୍କ ସୃଷ୍ଟିର ଶ୍ରେଷ୍ଟ କଳାକୁ ନିଜ ସାଥୀରେ ନେଇ ପୃଥିବୀକୁ ଆସିଥାନ୍ତି। ଏପରି ଜଣେ କଳାର ଅଧିକାରିଣୀ ହେଉଛନ୍ତି ଅନନ୍ତିନୀ ମିଶ୍ର। ଅନନ୍ତିନୀ ଷଷ୍ଠ ଶ୍ରେଣରୀରେ ପଢୁଥିବା ଜଣେ କୁନି ଝିଅ। ଯିଏକି ନିକଟରେ ଏକ ପୁସ୍ତକ ରଚନା କରି ଆଲୋଚନା ପରିସରଭୁକ୍ତ ହୋଇଛନ୍ତି।

ଅନନ୍ତିନୀ ଦିଲ୍ଲୀର ସକେଟ୍‌ଠାରେ ଥିବା ଅପିଜୟ ସ୍କୁଲ୍‌ରେ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ତାଙ୍କ ସଂପର୍କରେ ତାଙ୍କ ମାଆ କୁହନ୍ତି ସେ ପ୍ରଥମେ ଜଣେ ଭଲ ପାଠକ। ସେ ଅନେକ ଗପ ପଢ଼ିଛନ୍ତି। ଏପରିକି ଅନେକ ଶିଶୁ ପତ୍ରିକାରେ ତାଙ୍କ ସ୍ୱରଚିତ ଗଳ୍ପଗୁଡ଼ିକ ପ୍ରକାଶ ମଧ୍ୟ ପାଇଛି।

ଏବେ ଅନନ୍ତିନୀ ନିଜେ ଏକ ପୁସ୍ତକ ରଚନା କରିଛନ୍ତି। ୧୪ଟି ଗଳ୍ପ ବିଶିଷ୍ଟ ଏହି ପୁସ୍ତକ ପ୍ରାୟ ୨୧ ହଜାର ଶବ୍ଦ ବିଶିଷ୍ଟ। ସେ ଯେତେବେଳେ ୮ ବର୍ଷର ହୋଇଥିଲେ ତାଙ୍କର ପ୍ରଥମ ଗଳ୍ପ ପତ୍ରିକାରେ ପ୍ରକାଶ ପାଇଥିଲା। ସେହି ସମୟରୁ ତାଙ୍କର ଲେଖିବା କଳା ଅଛି ବୋଲି ଜାଣିବାକୁ ମିଳିଥିଲା।

ତାଙ୍କ ଲିଖିତ ଏହି ଇଂରାଜି କ୍ଷୁଦ୍ର ଗଳ୍ପ ସଂକଳନଟି ହେଉଛି ‘ଟ୍ରେଜର୍‌ ଅଫ୍‌ ସର୍ଟ ଷ୍ଟୋରିଜ୍‌’। ପୁସ୍ତକଟିର ପ୍ରକାଶକ ହେଉଛନ୍ତି ଇନ୍‌ଭିରନ୍‌ସେବଲ୍‌ ପବ୍ଲିସର୍‌। ଆସନ୍ତା ମାସ ୨ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ପୁସ୍ତକଟି ‘ଇଣ୍ଡିଆ ଇଣ୍ଟର୍‌ନାସ୍‌ନାଲ୍‌ ସେଣ୍ଟର୍‌ରେ’ ଉନ୍ମଚିତ ହେବ।

By amfnews

Related Post