Sat. Mar 7th, 2026

କୁକୁଡ଼ା ଚୋରି ସନ୍ଦେହରେ ଛୁରାମାଡ଼; ୭ ଆହତ

176 Views

ଭଦ୍ରକ : କୁକୁଡ଼ା ଚୋରି ହୋଇଥିବା ସନ୍ଦେହରେ ବଚସା ଓ ପରେ ଛୁରାମାଡ଼ ପରି ଘଟଣା ଭଦ୍ରକରେ ଘଟିଥିବା ଜଣାଯାଇଛି। ଏଥିରେ ଉଭୟ ପକ୍ଷର ଦୁଇ ଜଣ ଗୁରୁତର ହୋଇଥିବା ବେଳେ  ୫ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଭଦ୍ରକ ମଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମଠଗଢ଼ିଆ ଗାଁରେ ଗତ ଶୁକ୍ରବାର ଏପରି ଘଟଣା ଘଟିଥିବା ଜଣାଯାଇଛି।  ଗାଁର ମୁରଲୀଧର ନାୟକ  ସ୍ଥାନୀୟ ବଜାରରୁ ତିନୋଟି କୁକୁଡ଼ା କିଣି  ସାଇକେଲରେ ଘରକୁ ଆସୁଥିଲେ। ତେବେ ସେ ଗାଁ ରାସ୍ତା ଉପରେ ସାଇକେଲ ରଖି କୌଣସି କାମରେ ଯାଇ ଥିଲେ। ଫେରିବା ପରେ  ତାଙ୍କ କୁକୁଡ଼ା ଆଉ ସାଇକେଲରେ ନ ଥିବା ଦେଖିବାକୁ ପାଇଥିଲେ। ତାଙ୍କ  କୁକୁଡ଼ାକୁ କୁକୁର ନେଇଯାଇଥିବା ସ୍ଥାନୀୟ ଲୋକେ କହିଥିଲେ।  ହେଲେ ମୁରଲୀ ଏହାକୁ ବିଶ୍ୱାସ କରି ନଥିଲେ। ତାଙ୍କ କୁକୁଡ଼ାକୁ କେହି ଚୋରି କରି ନେଇ ଯାଇଥିବା ସନ୍ଦେହରେ  ସେ ସେଠାରେ ଥିବା  ଲୋକଙ୍କୁ ଗାଳିଗୁଲଜ କରିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।  ଏହା କ୍ରମଶଃ ଉଗ୍ର ରୂପ ଧାରଣ କରି  ସେମାନଙ୍କ ମଧ୍ୟରେ ଛୁରାମାଡ଼ ହୋଇଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ଦୁଇ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

By amfnews

Related Post