Sun. May 25th, 2025

କାହ୍ନା ଜାତୀୟ ଉଦ୍ୟାନରେ ବାଘଛୁଆକୁ ଶିକାର କରି ଖାଇଲା ବାଘ

By amfnews Nov 8, 2019 #Featured
268 Views

ଭୋପାଳ: ଗୁରୁବାର ଦିନ କାହ୍ନା ଜାତୀୟ ଉଦ୍ୟାନରୁ ଗୋଟାଏ ଦରଖିଆ ମଲା ବାଘଛୁଆ ଉଦ୍ଧାର କରାଯାଇଛି। ଏହାକୁ କୌଣସି ବାଘ ଶିକାରୀ କରି ମାରି ଖାଇଥିବା କଥା ଅଭିଜ୍ଞ ବନ ଅଧିକାରୀମାନେ କହୁଛନ୍ତି। ସେଠାରୁ ପ୍ରାୟ ୬୦ ମିଟର ଦୂରରେ ଟି୨୨ ନାମକ ଗୋଟାଏ ବାଘୁଣୀ ଦେଖାଯାଇଥିଲା।

ଘଟଣାସ୍ଥଳକୁ ଯାଇଥିବା ଅଧିକାରୀମାନେ କହିଛନ୍ତି ଯେ ବାଘଛୁଆଟିର ବୟସ ୧୩-୧୪ ମାସ ହେବ। ହାତୀପିଠିରେ ବସି ପାଟ୍ରୋଲିଙ୍ଗ୍‌ କରୁଥିବା ବନ୍ୟ କର୍ମଚାରୀମାନେ ମଲାଛୁଆଟିକୁ ସାର୍ହି ରେଞ୍ଜ୍‌ର ରୌଣ୍ଡା ବିଟ୍‌ରେ ଦେଖିଥିଲେ। ସେଇଟିକୁ ବାଘଟିଏ ଟାଣି ନେଇ ବୁଦାଗହଳରେ ଲୁଚାଉଥିବା କଥା ସେମାନେ କହିଛନ୍ତି। ବାଘୁଣୀ ସହ ସଙ୍ଗମ କରିବାକୁ ପ୍ରାପ୍ତବୟସ୍କ ବାଘଟାଏ ତାହାକୁ ମାରି ଦେଇଥିବା ଅନୁମାନ କରାଯାଇଥିବା କଥା କାହ୍ନା ବ୍ୟାଘ୍ର ସଂରକ୍ଷଣର ଅଫିସିଆଲ୍‌ ନୋଟ୍‌ରେ ଉଲ୍ଲେଖ କରାଯାଇଛି।

ଭାରତରେ ବ୍ୟାଘ୍ର ସଂରକ୍ଷଣ ନିମନ୍ତେ କରାଯାଇଥିବା ଅନ୍ୟତମ ସର୍ବପୁରାତନ ବାସସ୍ଥଳୀ କାହ୍ନାରେ ବାଘ ବାଘକୁ ଖାଇବାର ଏହା ହେଉଛି ଏ ବର୍ଷର ଚତୁର୍ଥ ଘଟଣା।

By amfnews

Related Post