Sat. Mar 7th, 2026

କାହିଁକି ଝାରଖଣ୍ଡ ବିଜୟକୁ ସ୍ୱତନ୍ତ୍ର କହିଲେ ସୋନିଆ ଗାନ୍ଧି

233 Views

ନୂଆଦିଲ୍ଲୀ : ଜେଏମଏମ ଓ ଆରଜେଡି ସହ ମିଶି କଂଗ୍ରେସ ଝାରଖଣ୍ଡରେ ବିଜେପିକୁ ଗାଦିଚ୍ୟୁତ କରିବାରେ ସକ୍ଷମ ହୋଇଛନ୍ତି। ଝାରଖଣ୍ଡରେ ଜେଏମଏମ ବଡ଼ ଭାଇ ଭୂମିକା ସମ୍ପାଦନ କରିଥିବା ବେଳେ କଂଗ୍ରେସ ଜୁନିୟର ପାର୍ଟନର ଭାବେ କାର୍ଯ୍ୟ କରିଥିଲା।

ତେବେ ବିଜେପିକୁ ହରାଇ ଜେଏମଏମ ଓ କଂଗ୍ରେସ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବେ। ଏହି ବିଜୟକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ସ୍ୱତନ୍ତ୍ର ବୋଲି କହିଛନ୍ତି। ସୋନିଆ କହିଛନ୍ତି, “ବିଜେପି ସମାଜକୁ ଜାତି ଓ ଧର୍ମ ଆଧାରରେ ଭାଗଭାଗ କରିବାକୁ ଚାହୁଁଥିଲା। ହେଲେ ଝାରଖଣ୍ଡବାସୀ ଏହାର ଜବାବ ଦେଇଛନ୍ତି।”

ଲୋକଙ୍କ ସ୍ୱାର୍ଥ ସାଧନ ପାଇଁ ହୋଇଥିବା କଂଗ୍ରେସ-ଜେଏମଏମ ଓ ଆରଜେଡି ମେଣ୍ଟକୁ ଜନାଦେଶ ମିଳିବା ସମ୍ପର୍କରେ ସୋନିଆ କହିଛନ୍ତି, “ଏହି ବିଜୟ ସ୍ୱତନ୍ତ୍ର ଓ ବହୁତ ଗୁରୁତ୍ୱପୂର୍ଣ୍ଣ। ବିଜେପିକୁ ହରାଇଥିବାରୁ ଝାରଖଣ୍ଡବାସୀଙ୍କୁ ସ୍ୱତନ୍ତ୍ର ଶୁଭେଚ୍ଛା ଓ ପ୍ରଶଂସା ମିଳିବା ଦରକାର। କାରଣ ବିଜେପି ବିଭେଦତା ଏଜେଣ୍ଡା ପ୍ରଣୟନ କରିବାକୁ ଚାହୁଁଥିଲା। ହେଲେ ଏହାକୁ ଝାରଖଣ୍ଡବାସୀ ଗ୍ରହଣ କରିନାହାନ୍ତି। ମିଥ୍ୟା ପ୍ରଚାରକୁ ରାଜ୍ୟବାସୀ ବୁଝିପାରିଛନ୍ତି। ତେଣୁ ଏହା ଏକ ସ୍ୱତନ୍ତ୍ର ବିଜୟ।”
ସୋମବାର ଝାରଖଣ୍ଡ ବିଧାନସଭାର ୮୧ଟି ଆସନରୁ ଜେଏମଏମ ମେଣ୍ଟ ୪୭ଟି ସିଟ୍‌ ଜିତିଥିବା ବେଳେ ବିଜେପି ମାତ୍ର ୨୫ଟି ଆସନ ଦଖଲ କରିବାକୁ ସକ୍ଷମ ହୋଇଛି। ବିଜେପି ୨୦୧୪ରେ ଏଠାରେ ୩୭ଟି ଆସନ ଜିତିଥିଲା। ଏବେ ଜେଏମଏମ କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍‌ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

By amfnews

Related Post