Fri. Mar 14th, 2025

କାଲି ସନ୍ଧ୍ୟା ୭ଟା ପରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

By amfnews Jul 10, 2019 #Featured
126 Views

ପୁରୀ : ଶରଧାବାଲିରେ ତିନି ରଥକୁ ଦକ୍ଷିଣମୋଡ଼ କରାଯିବା ସହ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଶ୍ରୀଜିଉଙ୍କ ପାଖରୁ ଆଜ୍ଞାମାଳ ଆସିବା ପରେ ଅପରାହ୍ଣରେ ମହାପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ରଥକୁ ଦକ୍ଷିଣ ମୋଡ଼ କରାଯାଇଥିଲା। ଏହା ସହିତ ଦୁଇ ରଥକୁ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖକୁ ଅଣାଯାଇଥିଲା।

ପରମ୍ପରା ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ନାକଚଣା ଦ୍ୱାରକୁ ଅଣାଯାଇଥିଲା। ଏହାପରେ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ୱଜ ରଥକୁ ଅଣାଯାଇଥିଲା। ଆଜି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାରକୁ ଅଣାଯାଇଛି।

ଆସନ୍ତାକାଲି ନବମୀରେ ସନ୍ଧ୍ୟା ଦର୍ଶନ ସରିବା ପରେ ୧୨ ତାରିଖ ଅର୍ଥାତ୍‌ ଶୁକ୍ରବାର ଦିନ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ତେଣୁ ଆସନ୍ତାକାଲି ସନ୍ଧ୍ୟା ୭ଟା ଯାଏ ଶ୍ରୀଜିଉଙ୍କୁ ଲୋକେ ଜନ୍ମବେଦୀରେ ଦର୍ଶନ କରିପାରିବେ। ସନ୍ଧ୍ୟା ୭ଟା ପରେ ଦର୍ଶନ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି।

By amfnews

Related Post