203 Views
ଭୁବନେଶ୍ୱର, ଫେବୃଆରୀ ୨୧ : ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ୍ ପରୀକ୍ଷା । ଗତକାଲି ସନ୍ଧ୍ୟାରେ ନୋଡ଼ାଲ ସେଣ୍ଟର ଗୁଡ଼ିକୁ ପ୍ରଶ୍ନପତ୍ର ପଠାଯାଇଛି । ପରୀକ୍ଷା ପ୍ରସ୍ତୁତି ଚୁଡ଼ାନ୍ତ ସ୍ଥରରେ ଥିବାନେଇ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଓଡ଼ିଶା ବନ୍ଦକୁ ଦୃଷ୍ଟିରେ ରଖି ଗତକାଲି ସନ୍ଧ୍ୟା ନୋଡ଼ାଲ ସେଣ୍ଟର ଗୁଡ଼ିକୁ ପ୍ରଶ୍ନପତ୍ର ଠିକ୍ ଭାବରେ ପଠାଯାଇଛି । କାଲି ସକାଳ ସାଢେ ଆଠ ମଧ୍ୟରେ ପ୍ରଶ୍ନପତ୍ର ସମସ୍ତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଯିବ । ମାଟ୍ରିକ୍ ପରୀକ୍ଷା ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଶା କରାଯାଉଛି । ଚଳିତ ବର୍ଷ ପରୀକ୍ଷାରେ କୋ÷ଣସି ବିଶୃଙ୍ଗଳା ସୃଷ୍ଟି ନହେବା ପାଇଁ ପୋଲିସ ଡ଼ିଜି ତାଙ୍କ ସ୍ତରରେ ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ପ୍ରଶ୍ନକୁ ନେଇ ସଜାଗ ଅଛି ବୋର୍ଡ଼ । ପରୀକ୍ଷା ପ୍ରସ୍ତୁତି ଠିକ ଭାବେ ଚାଲିଥିବା ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି ।