Wed. Jun 11th, 2025

କାଲିମେଳାରେ ନକ୍ସଲ ବ୍ୟାନର; ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ୱାନ

By amfnews Dec 6, 2019 #Featured
134 Views

ଚିତ୍ରକୋଣ୍ଡା : ନକ୍ସଲଙ୍କ ପିଏଲଜିଏ ସପ୍ତାହ ଚାଲିଥିବା ବେଳେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା  ଅନ୍ତର୍ଗତ ଗୋମ୍ପାକୋଣ୍ଡା ଗ୍ରାମପଞ୍ଚାୟତର କାନାଗୁଡ଼  ଗାଁକୁ  ଯିବା  ବାଟରେ ନକ୍ସଲ ବ୍ୟାନର ଦେଖିବାକୁ ମିଳିଛି। ଏହି ବ୍ୟାନରରେ  ପିଏଲଜିଏ ସପ୍ତାହ ପାଳନ କରିବାକୁ ଦର୍ଶାଯାଇଛି।  ଏଥିରେ ଉଲ୍ଲେଖ ଅଛି, “ଗତ ୨ ତାରିଖରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ପିଏଲଜିଏ ଦିବସକୁ ବିପ୍ଳବ ପରମ୍ପରା ଅନୁସାରେ ଗାଁ ଗାଁରେ ପାଳନ କରନ୍ତୁ । ଶହିଦଙ୍କ ଅଧିକାର ସ୍ୱପ୍ନକୁ ପୂରା  କରିବା ପାଇଁ ଶପଥ  ନିଅନ୍ତୁ । ପୁଲିସ ଇନ୍‌ଫର୍ମରକୁ ପ୍ରଜାକୋର୍ଟରେ ଦଣ୍ଡ  ଦିଆଯିବ” ବୋଲି  ଉଲ୍ଲେଖ ରହିଛି।  ଏହାବ୍ୟତୀତ ସେଥିରେ ଲାଲ  ସଲାମ୍,  ସିପିଆଇ (ନକ୍ସଲ)  ଲେଖା ରହିଛି ।

ଘଟଣାସ୍ଥଳରେ  ବିଏସଏଫ୍ ଯବାନ ପହଞ୍ଚି  ବ୍ୟାନର ଜବତ କରିଛି। ନକ୍ସଲଙ୍କ ଏହି  ପିଏଲଜିଏ ସପ୍ତାହ ପାଳନକୁ ନଜରରେ ରଖି ମାଲକାନଗିରି ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

By amfnews

Related Post