Fri. Dec 27th, 2024

କାଲିଫର୍ଣ୍ଣିଆରେ ବଡ଼ ଧରଣର ଭୂମିକମ୍ପ: ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୧

By amfnews Jul 6, 2019 #Featured
TOPSHOT - A car drives past a crack in the road on Highway 178, south of Trona, after a 6.4-magnitude earthquake hit in Ridgecrest, California, on July 4, 2019. - Southern California was rocked by a 6.4-magnitude earthquake Thursday morning, the US Geological Survey said, with authorities warning that the temblor, the largest in two decades, might not be the day's last. (Photo by FREDERIC J. BROWN / AFP) (Photo credit should read FREDERIC J. BROWN/AFP/Getty Images)
110 Views

ନ୍ୟୁୟର୍କ : ଆମେରିକାର କାଲିଫର୍ଣ୍ଣିଆରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଗତକାଲି ରାତିରେ ମେକସିକୋ ସିଟିରେ ଅନୁଭୂତ ହୋଇଥିଲା ଭୂମିକମ୍ପ । ପ୍ରାରମ୍ଭିକ ଭାବେ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୭.୧ । ତେବେ ପରବର୍ତ୍ତୀ ସମୟରେ ଏହା ୬.୯ ରହିଥିଲା । ବିଗତ ୨୦ବର୍ଷରେ ଏହା ସବୁଠାରୁ ବଡ ଭୂମିକମ୍ପ ବୋଲି କୁହାଯାଉଛି । ଭୂମିକମ୍ପ ଫଳରେ ବଡ ବଡ କୋଠାଘରକୁ କ୍ଷତି ପହଂଚିଥିବା ବେଳେ ନିଆଁ ଲାଗିବା ସହ ଅନେକ ଆହତ ହୋଇଛନ୍ତି । ପାଖାପାଖି ୧ ହଜାରରୁ ଅଧିକ ବିପର୍ଯ୍ୟୟ ପ୍ରଶମନ କର୍ମଚାରୀ ଉଦ୍ଧାର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।

ଏହି ଖବର ପ୍ରସ୍ତୁତ ହେବା ଯାଏ ଭୂକମ୍ପରେ କେହି  ମୃତାହତ ହୋଇଥିବା ଜଣାପଡ଼ି ନାହିଁ । ଭୂମିକମ୍ପ ହେବା କ୍ଷଣି ଲୋକେ ରାସ୍ତା ଉପରକୁ ଚାଲିଆସିଥିଲେ । ଆଉ ଘର  ଭିତରେ ଫସିରହିଥିବା କିଛି ଲୋକମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ଆମେରିକା ଜିଓଲଜିକାଲ ସର୍ଭେ ରିପୋର୍ଟ ଅନୁସାରେ ରିଜକ୍ରେଷ୍ଟଠାରୁ ୧୧ ମାଇଲ ଉତ୍ତର ପୂର୍ବରେ କେନ୍ଦ୍ରୀଭୂତ ହୋଇଥିଲା ଏହି ଭୂମିକମ୍ପ । ଫଳରେ କାଲିଫର୍ଣ୍ଣିଆରେ ଭୂମିକମ୍ପ ହୋଇଥିଲା ।

By amfnews

Related Post