Mon. Mar 9th, 2026
209 Views

ଭୁବନେଶ୍ୱର : ବିଳମ୍ୱରେ ହେଲେ ମଧ୍ୟ ରାଜ୍ୟରେ ଶୀତର ପ୍ରଭାବ ବଢ଼ିବାରେ ଲାଗିଛି। ଉତ୍ତର-ପଶ୍ଚିମ ବାୟୁ ପ୍ରବାହ ଯୋଗୁ ଆସନ୍ତାକାଲିଠାରୁ ଶୀତର ପ୍ରଭାବ ଅଧିକ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ଏଥିପାଇଁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କୁହୁଡ଼ି ପଡ଼ିବା ସହ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ। ଏହା ସହିତ ୧୪ଟି ଜିଲ୍ଲା ଘନ କୁହୁଡ଼ି ବଳୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ସୂଚନା ଜାରି କରିଛି।

ବହୁତ ଦିନ ପରେ ଶୀତର ପ୍ରଭାବ ଅନୁଭୂତ ହେବାରୁ ଲୋକ ଖୁସିବ୍ୟକ୍ତ କରିଛନ୍ତି। ସକାଳେ ବିଭିନ୍ନ ସ୍ଥାନରେ ଲୋକେ ପ୍ରାତଃ ଭ୍ରମଣ, ବ୍ୟାୟାମ ଓ ଯୋଗାଭ୍ୟାସ କରିବା ଦେଖିବାକୁ ମିଳିଛି।

By amfnews

Related Post