Sat. Mar 7th, 2026
275 Views

ପୂର୍ବତନ ଶିକ୍ଷୟିତ୍ରୀ ଜଣକ ପ୍ରଥମେ ଜଣେ ଛାତ୍ର ସହିତ ବନ୍ଧୁତା ସ୍ଥାପନ କରିଥିଲେ। ଏହାପରେ ଲଞ୍ଚ୍‌ ଟାଇମ୍‌ରେ ଛାତ୍ରକୁ ଡାକି ତା’ ସହିତ ହସ ମଜାକ ବି କରିଥାଆନ୍ତି। କିଛିଦିନ ଏପରି କରିବା ପରେ ଦିନେ ଲଞ୍ଚ ଟାଇମ୍‌ରେ ଛାତ୍ରକୁ ବାହାରକୁ ଡାକି ନେଇ କାରରେ ତା’ର ସହିତ ଶରୀରିକ ସମ୍ପର୍କ ରଖିଥିଲେ। କେବଳ ଏତିକି ନୁହେଁ, ଉକ୍ତ ଛାତ୍ରର ଜଣେ ସାଙ୍ଗ ସହିତ ବି ଶିକ୍ଷୟିତ୍ରୀ ଅପ୍ରାକୃତିକ ଯୌନକ୍ରିୟା  କରିଥିଲେ। ଅନେକ ସମୟରେ ମହିଳା ସ୍ନାନ କରିବା ସମୟର ଅଶ୍ଳୀଳ ଫଟୋ ଛାତ୍ର ପାଖକୁ ପଠାଉଥିଲେ। ଦୁଇଛାତ୍ର ନାବାଳକ ଥିବା ବେଳେ ଶିକ୍ଷୟିତ୍ରୀଙ୍କ ବୟସ ୩୦ବର୍ଷ ଥିଲା ବୋଲି ଜଣାପଡ଼ିଛି। ଏହି ମାମଲା ଏବେ ଅଦାଲତରେ ଚାଲିଛି। ଶିକ୍ଷୟିତ୍ରୀ ନିଜ ଦୋଷକୁ ବି ସ୍ୱୀକାର କରି ନେଇଛନ୍ତି। ଏହାପରେ ତାଙ୍କୁ ଦଣ୍ଡ ଶୁଣାଣି ହୋଇପାରେ ବୋଲି କୁହାଯାଉଛି।

By amfnews

Related Post