Sun. Mar 8th, 2026

କାର୍‌ରୁ ମିଳିଲା ଏମିତି ଜିନିଷ, ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା

149 Views

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସୀମାନ୍ତବର୍ତ୍ତୀ ଆନ୍ଧ୍ରର ମେଳିଆପୁଟିଠାରୁ ୨୦୬ କିଲୋ ରକ୍ତ ଚନ୍ଦନ ଗଣ୍ଡି ପୁଲିସ୍ ଜବତ କରିଛି। ଏହି ଘଟଣାରେ ପୁଲିସ୍ ତିନି ଜଣଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କ କାର୍‌କୁ ମଧ୍ୟ ଜବତ କରିଛି। ଜବତ କାଠର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଗିରଫ ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡିର ଶେଖ୍ ସାଲିମ,ଗୁମ୍ମା ଅଞ୍ଚଳର କେତନ ପାଣି ଏବଂ ଆନ୍ଧ୍ରର ବିଶାଖପାଟଣା ଅଞ୍ଚଳର ଏସ.ଶ୍ରୀନିବାସ ରାଓ। ସେମାନଙ୍କୁ ଆଜି କୋର୍ଟଚାଲାଣ କରାଯିବ।

ମିଳିଥିବା ସୂଚନା ଅନୁସାରେ, ପ୍ରତିଦିନ ଭଳି ଗତକାଲି ମେଳିଆପୁଟି ଥାନା ପୁଲିସ୍‌ ଗାଡି ଯାଞ୍ଚ କରୁଥିଲା। ଏହି ସମୟରେ ଚୋରା ଚନ୍ଦନ ଗଣ୍ଡି ଚାଲାଣ କାର୍‌କୁ ପୁଲିସ୍ ଅଟକାଇ କାଗଜପତ୍ର ମାଗିଥିଲା। ମାତ୍ର ସେମାନେ କାଗଜପତ୍ର ଦେଖାଇବାରେ ବିଫଳ ହେବାରୁ ପୁଲିସ୍‌ର ସେମାନଙ୍କ ଉପରେ ସନ୍ଦେହ ହୋଇଥିଲା। ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଗିରଫ କରିଥିଲା ପୁଲିସ୍ ।

ଚନ୍ଦନ ଗଣ୍ଡିକୁ ସେମାନେ ଗଜପତି ଜିଲ୍ଲାର ଲାବଣ୍ୟଗଡ ଅଞ୍ଚଳରେ ଥିବା ରକ୍ତ ଚନ୍ଦନ ବଣରୁ ଆଣିଥିଲେ। ଏହାକୁ ଦିଲ୍ଲୀ ପଠାଇବା ପାଇଁ ବିଶାଖପାଟଣା ନେଉଥିବା ଅଭିଯୁକ୍ତମାନେ ପୁଲିସ୍‌ ନିକଟରେ ସ୍ୱୀକାର କରିଥିବା ପୁରୁଣାପାଟଣା ସିଆଇ ରବି ପ୍ରସାଦ କହିଛନ୍ତି।

By amfnews

Related Post