Thu. Nov 21st, 2024

କାର୍ଯ୍ୟ ଦିବସରେ ଛୁଟି ନେଇ ପାରିବେନି କୌଣସୀ ଜଜ୍- ଜଷ୍ଟିସ ଗୋଗାଇ

By amfnews Oct 12, 2018 #Featured
150 Views

ନୂଆଦିଲ୍ଲୀ, ଅକ୍ଟୋବର ୧୨ : ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗାଇ ଦେଶର ବିଭିନ୍ନ କୋର୍ଟରେ ପଡିଥିବା ଲକ୍ଷାଧିକ ମାମଲାର ବୋଝକୁ କମ କରିବା ପାଇଁ ନୂଆ ଉପାୟ ଅବଲମ୍ବନ କରିଛନ୍ତି । କୌଣସୀ ଜଜ କାର୍ଯ୍ୟ ଦିବସ ସମୟରେ ଛୁଟିରେ ରହିପାରିବେ ନାହିଁ ବୋଲି ସେ କହିଛନ୍ତି । ନ୍ୟାୟପାଳିକାରେ ତ୍ରିସ୍ତରୀୟ ବ୍ୟବସ୍ଥାରେ ଅନେକ ଲମ୍ବିତ ମାମଲା ନ୍ୟାୟ ଦେବାରେ ପ୍ରତିବନ୍ଧକ ସାଜୁଛି । ଫଳରେ ନ୍ୟାୟ ପାଇଁ ଲୋକଙ୍କୁ ଅନେକ ଦିନ ଅପେକ୍ଷା କରିବାକୁ ପଡୁଛି ।

ଅକ୍ଟୋବର ୩ରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିବା ଜଷ୍ଟିସ ଗୋଗାଇ ମାମଲାର ବୋଝ ହାଲକା କରିବା ପାଇଁ ସଙ୍କେତ ଦେଇଥିଲେ । ଗୋଟିଏ ସପ୍ତାହ ପରେ ସେ ଦେଶର ସମସ୍ତ ହାଇକୋର୍ଟ କଲେଜିୟମ ସଦସ୍ୟଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଏପରି କି ଭିଡିଓ କନଫେରେନ୍ସିଂ ଜରିଆରେ ଦୀର୍ଘ ଦିନ ଧରି ଚାଲୁଥିବା ମାମଲାର ଶୁଣାଣି କରିବାକୁ ସେ ଜୋର ଦେଇଥିଲେ ।

ଜଷ୍ଟିସ ଗୋଗାଇ ସିଧାସଳଖ ଭାବେ ଜରୁରିକାଳୀନ ପରିସ୍ଥିତି ବାଦ କୌଣସି ହାଇକୋର୍ଟ କିମ୍ବା ତଳ କୋର୍ଟର କେହି ଜଜ କାର୍ଯ୍ୟ ଦିବସରେ ଛୁଟି ନେଇ ପାରିବେ ନାହିଁ ବୋଲି କହିଛନ୍ତି । ଏହି ସମୟରେ କୌଣସୀ ସେମିନାରରେ ଯୋଗ ଦେବା ଅନାବଶ୍ୟକ ବୋଲି ସେ କହିଛନ୍ତି ।

By amfnews

Related Post