Sat. Mar 7th, 2026

କାରାଗାରରେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରିଣୀ ନଳିନୀଙ୍କ ଆତ୍ମହତ୍ୟା ଉଦ୍ୟମ

252 Views

ନୂଆଦିଲ୍ଲୀ: ପୂୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅନ୍ୟତମ ହତ୍ୟାକାରିଣୀ ନଳିନୀ ଶ୍ରୀହରନ ସୋମବାର ରାତିରେ କାରାଗାର ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ରାଜୀବ ଗାନ୍ଧୀଙ୍କୁ ହତ୍ୟା କରି ଗତ ୨୯ ବର୍ଷ ହେବ କାରାଗାରରେ ବନ୍ଦୀ ହୋଇ ଜୀବନ କାଟୁଥିବା ନଳିନୀ ଆତ୍ମହତ୍ୟା ଉଦ୍ୟମ କରିଥିବା କଥା ତାଙ୍କ ଓକିଲ୍‌ ଜଣାଇଛନ୍ତି।

ନଳିନୀ ଭେଲୋରର ମହିଳା କାରାଗାରରେ ବନ୍ଦୀ ଜୀବନ କାଟୁଛନ୍ତି। ନଳିନୀ ଆତ୍ମହତ୍ୟା ଉଦ୍ୟମକୁ ନେଇ ତାଙ୍କ ଓକିଲ୍‌ ଗଣମାଧ୍ୟମରେ ବୟାନ ଦେଇ କହିଛନ୍ତି ଯେ ଗତ ୨୯ ବର୍ଷ ମଧ୍ୟରେ ସେ ପ୍ରଥମ ଥର ପାଇଁ ଏପରି କରିଛନ୍ତି।

ପୂରା ଘଟଣାକୁ ବର୍ଣ୍ଣନା କରି ଓକିଲ୍‌ ପୁଗାଲେନ୍ଥି କହିଛନ୍ତି, ‘କାରାଗାର ମଧ୍ୟରେ ନଳିନୀ ଓ ଅନ୍ୟ ଜଣେ ହତ୍ୟାକରୀଙ୍କର ଝଗଡ଼ା‌ ହୋଇଥିଲା। ଅନ୍ୟ ହତ୍ୟାକାରିଣୀ ଜଣକ ସେମାନଙ୍କ ଝଗଡ଼ା ସଂପର୍କରେ ପ୍ରଥମେ ଜେଲ୍‌‌ରଙ୍କ ସମ୍ମୁଖରେ କହି ଦେବା ପରେ ନଳିନୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ।’

ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ନଳିନୀଙ୍କ ସ୍ବାମୀ ମଧ୍ୟ ଜେଲ୍‌ରେ ଜୀବନ କାଟୁଛନ୍ତି। ନଳିନୀଙ୍କ ଓକିଲ ପୁଗାଲେନ୍ଥିଙ୍କ କହିବାନୁସାରେ ନଳିନୀଙ୍କ ସ୍ବାମୀ ମୁର୍ଗାନ ଜେଲ୍‌ ଫୋନ୍‌ରେ କଥା ହୋଇ ନଳିନୀଙ୍କୁ ଭେଲୋର କାରାଗରରୁ ପୁଝଲ କାରାଗରକୁ ସ୍ଥାନାନ୍ତରିତ କରିବାକୁ ଅନୁରୋଧ କରିଛନ୍ତି। ଓକିଲ ପୁଗାଲେନ୍ଥି କହିଛନ୍ତ କି ଖୁବ୍ ଶୀଘ୍ର ଏ ନେଇ ଆଇନ ମୁତାବକ ନିବେଦନ କରାଯିବ।।

ଉଲ୍ଲେଖଯୋଗ୍ୟ, ୧୯୯୧ ମସିହା ମେ ୨୧ ତାରିଖରେ ନଳିନୀ ଓ ତାଙ୍କ ସ୍ବାମୀଙ୍କ ସମେତ ୭ ଜଣ ଲୋକ ମିଶି ଏକ ନିର୍ବାଚନ ରାଲିରେ ଏଲ୍‌ଟିଟିଇ ଆତ୍ମଘାତୀ ବିସ୍ଫୋରଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା କରିଥିଲେ।

By amfnews

Related Post