107 Views
ଢେଙ୍କାନାଳ, ଅଗଷ୍ଟ ୧୦ : ଢେଙ୍କାନାଳ କାମାକ୍ଷାନଗର ଏନ୍ଏସି ୭୨ ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା ହୋଇଛି । ଆଜିଠାରୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏନ୍ଏସିର ସମସ୍ତ ୧୫ଟି ଓ୍ଵାର୍ଡରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇ ଲୋକଙ୍କୁ ସଚେତନ କରାଯାଇଛି । ସଟ୍ଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ଲୋକେ ନିୟମକୁ ପାଳନ କରିବାକୁ ନିବେଦନ କରାଯାଇଛି ।
ଗତକାଲି କାମାକ୍ଷାନଗର ଏନ୍ଏସିରେ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।