Sun. Mar 8th, 2026

କାବୁଲି ବୁଟ କାହିଁକି ଆମ ଶରୀର ପାଇଁ ବେଶୀ ଦରକାର?

171 Views

କାବୁଲି ବୁଟ ଏକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ। ଏହାକୁ ପ୍ରୋଟିନର ରାଜା ବୋଲି ବି କୁହାଯାଏ। ଏବେ ଆସନ୍ତୁ ଜାଣିବା କାବୁଲି ବୁଟ କାହିଁକି ଆମ ଶରୀର ପାଇଁ ବେଶୀ ଦରକାର?କାବୁଲି ବୁଟ ସେବନ କରିଲେ ଶରୀରର ତାପମାତ୍ରା ଠିକ୍‌ ରହିଥାଏ।

-ଏଥିରେ ପ୍ରଚୁର ମାତ୍ରାରେ ଆଇରନ୍‌ ଥିବା ହେତୁ କାବୁଲି ବୁଟ ଖାଇଲେ ଏନିମିୟା ହେବାର ଆଶଙ୍କା କମିଥାଏ।

-କାବୁଲି ବୁଟରେ ଫାଇବର ଅଛି। ଏହା ଭୋକକୁ ନିୟନ୍ତ୍ରିତ କରିଥାଏ ଏବଂ ଶରୀରର ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

-କାବୁଲି ବୁଟରେ ପ୍ରାୟ ୨୮ ପ୍ରତିଶତ ଫସଫରସ ରହିଛି। ଏଣୁ କିଡିନିର ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଉପଯୋଗୀ।

-କାବୁଲି ବୁଟ କୋଲେଷ୍ଟ୍ରଲ କମ୍‌ କରିବାରେ ମଧ୍ୟ ସହାୟକ ହୋଇଥାଏ।

-ଉଚ୍ଚ ରକ୍ତଚାପ ଗ୍ରସ୍ତ ରୋଗୀମାନଙ୍କ ପାଇଁ କାବୁଲି ବୁଟ ଅତ୍ୟନ୍ତ ଲାଭଦାୟକ। ଏଥିରେ ପଟାସିୟମ୍‌ ଓ ମାଗ୍ନେସିଅମ୍‌ ଥିବା ହେତୁ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

-କାବୁଲି ବୁଟ ହଜମ କ୍ରିୟାକୁ ମଧ୍ୟ ମଜଭୁତ କରିଥାଏ।

-କାବୁଲି ବୁଟ ସେବନ କରିଲେ ମହିଳାଙ୍କର ହରମୋନ୍‌ ଅସନ୍ତୁଳନର ସମସ୍ୟା ରହି ନଥାଏ। ଏହାର ସେବନ ଫଳରେ ସ୍ତନ କର୍କଟର ଆଶଙ୍କା ବି ହ୍ରାସ ପାଇଥାଏ।

By amfnews

Related Post