305 Views
କାବୁଲ, ଡିସେମ୍ବର ୧୨ : ଆଫଗାନିସ୍ତାନର ରାଜଧାନୀ କାବୁଲ ଉପକଣ୍ଠରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ କାର୍ଯ୍ୟାଳୟକୁ ଲକ୍ଷ୍ୟ କରି ଆତ୍ମଘାତୀ ଆକ୍ରମଣ ଘଟଣାରେ ମୃତକଙ୍କ ସଂଖ୍ୟା ୧୨ରେ ପହଂଚିଛି । ସୁରକ୍ଷାବାହିନୀର ଅଧିକାରୀମାନେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
ଆଫଗାନିସ୍ତାନର ରାଜଧାନୀ କାବୁଲ ଉପକଣ୍ଠରେ ହୋଇଥିବା ଏହି ଆକ୍ରମଣରେ ୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି । ଗୃହମନ୍ତ୍ରାଳୟର ଜଣେ ମୁଖପାତ୍ର ନସରତ ରାହିମୀ କହିଛନ୍ତି, ଆକ୍ରମଣରେ ୪ଜଣ ସୁରକ୍ଷାକର୍ମୀଙ୍କ ସମେତ ୧୨ଜଣଙ୍କ ମୃତ୍ୟୁ ଘଟିଛି । କାବୁଲ ପୋଲିସ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ କରିଛି । କାବୁଲର ପଶ୍ଚିମ ପାଧମାନ ଜିଲ୍ଲାରେ ସୁରକ୍ଷାବାହିୀନର ଯବାନମାନେ ରାତ୍ରୀକାଳୀନ ଅଭିଯାନରୁ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ ।