Sat. Nov 23rd, 2024

କାଠୁଆ ଓ ଉନ୍ନାବ ମାମଲା, ମନମୋହନ ସିଂ କହିଲେ ମୋଦି ମୋତେ ଦେଇଥିବା ପରାମର୍ଶ ନିଜେ ଗ୍ରହଣ କରନ୍ତୁ

rout.subhashree22@gmail.com' By Subhashree Rout Apr 18, 2018 #Featured
232 Views

ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କାଠୁଆ ଓ ଉନ୍ନାବ ବଳାକ୍ରାର ମାମଲାରେ ଦୀର୍ଘ ସମୟ ପରେ ମୁହଁ ଖୋଲିଛନ୍ତି । ମନମୋହନ ସିଂ ମୋଦିଙ୍କ ନୀରବତାକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏକ ସମୟରେ ମୋତେ ଯେଉଁ ପରାମର୍ଶ ଦେଇଥିଲେ, ଏବେ ସେ ଖୋଦ୍ ସେସବୁ ନିଜ ଉପରେ ବ୍ୟବହାର କରି ଏପରି ପରିସ୍ଥିତିରେ କିଛି କୁହନ୍ତୁ । ଏହାସହ ମନମୋହନ ସିଂ କହିଛନ୍ତି ଖୁସି ଲାଗୁଛି କି ଏତେ ଦିନର ନୀରବତା ପରେ ଶେଷରେ ମୋଦି ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ କିଛି କହିଲେ । ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି କହିଥିଲେ କି ଭାରତର ଝିଅଙ୍କୁ ନ୍ୟାୟ ମକ୍ଟମକ୍ଟବ ଓ ଦୋଷୀମାନଙ୍କୁ କ୍ଷମା କରାଯିବନାହିଁ । ପୂର୍ବରୁ ମନମୋହନ ସିଂ ସର୍ବଦା ନୀରବ ରହୁଥିବାରୁ ତାଙ୍କୁ ମୋଦି କଟାକ୍ଷ କରି କହୁଥିଲେ କିଛି କହିବା ପାଇଁ । ଏବେ ଦେଶର ଏପରି ପରିସ୍ଥିତିରେ ମୋଦି ମୋତେ ଦେଉଥିବା ଉପଦେଶ ନିଜେ ଗ୍ରହଣ କରି କିଛି କୁହନ୍ତୁ ବୋଲି ମନମୋହନ ସିଂ କହିଛନ୍ତି । ଏହାସହ ସେ କହିଛନ୍ତି କି ଦିଲ୍ଲୀ ଗତ ୨୦୧୨ରେ ହୋଇଥିବା ନିର୍ଭୟା କାଣ୍ଡ ପରେ କଂଗ୍ରେସ ପାର୍ଟି ଓ ତାଙ୍କ ସରକାର ଗୁରୁତ୍ୱ ପଦକ୍ଷେପ ଉଠାଇ ବଳାକ୍ରାର ଆଇନରେ ପରିବର୍ତ୍ତନ କରିଥିଲେ ।

Related Post