176 Views
ଭୁବନେଶ୍ବର ,ଅକ୍ଟୋବର ୩୧ : ଏଣିକି ବିଧାନସଭାରେ କାଗଜଶୂନ୍ୟ ହେବ ବୋଲି ପ୍ରସ୍ତୁତି ଚୂଡାନ୍ତ ରହିଥିବା ଜଣାପଡିଛି । ଇ-ବିଧାନସଭା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ତେବେ ସେଥିଲାଗି ଭିତ୍ତିଭୂମି ପ୍ରସ୍ତୁତ ହୋଇ ସାରିଲାଣି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।
ବିଧାନସଭା କାମ ବିନା କାଗଜରେ ସମ୍ପନ୍ନ କରିବା ପାଇଁ ସମସ୍ତ ବିଧାୟକ ଓ କର୍ମଚାରୀଙ୍କୁ କମ୍ପ୍ୟୁଟର ପ୍ରଦାନ କରାଯାଇଛି । ବିଧାନସଭାରେ ୱାଇଫାଇ ବ୍ୟବସ୍ଥା କରାଯାଇଥିବାବେଳେ ଖୁବ ଶୀଘ୍ର କର୍ମଚାରୀଙ୍କୁ ସେ ନେଇ ତାଲିମ ଦିଆଯିବ ।
ଇ-ବିଧାନସଭା ପାଇଁ କେନ୍ଦ୍ର ସରକାର ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୨୦ ପ୍ରତିଶତ ଅର୍ଥ ଦେଇଛନ୍ତି । ପୁରା ପ୍ରକଳ୍ପରେ ୬୦ ପ୍ରତିଶତ ଅନୁଦାନ କେନ୍ଦ୍ର ଦେବାର ଥିବା ବେଳେ ରାଜ୍ୟ ନିଜ ହାତରୁ ଖର୍ଚ୍ଚ କରିବ ୪୦ ପ୍ରତିଶତ ।
ଆସନ୍ତା ଶୀତ ଅଧିବେଶନ ପରବର୍ତ୍ତୀ ଅଧିବେଶନ ଇ-ବିଧାନସଭା ଲାଗୁ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।