Sun. Mar 8th, 2026

କଶ୍ମୀର ପ୍ରସଙ୍ଗରେ ଇମ୍ରାନ୍‌ଙ୍କ ଆତ୍ମସର୍ପଣ!

225 Views

ନୂଆଦିଲ୍ଲୀ   :    ମୋଦି ସରକାରଙ୍କ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ବିରୋଧରେ ସ୍ୱର ଉତ୍ତୋଳନ କରି ନିରାଶ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଚାଇନାକୁ ଛାଡ଼ି ଅନ୍ୟ ସମସ୍ତ ଦେଶ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସହଯୋଗ କରିବେ ନାହିଁ ବୋଲି କହିଦେଇଥିଲେ ପୂର୍ବରୁ। ହେଲେ ଏଥିରେ ସଫଳ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରି ଇମ୍ରାନ କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ମଞ୍ଚରେ ଉଠାଉଥିଲେ। ହେଲେ ରବିବାର ହାଓଡି ମୋଦି କାର୍ଯ୍ୟକ୍ରମରେ ମୋଦି-ଟ୍ରମ୍ପଙ୍କ ଦୋସ୍ତି ଦେଖିବା ପରେ ଇମ୍ରାନ ନିରାଶ ହୋଇପଡ଼ିଥିଲେ। କାରଣ ଟ୍ରମ୍ପ କହିଥିଲେ ଆତଙ୍କବାଦ ବିରୋଧରେ ଭାରତ ଓ ଆମେରିକା ମିଶି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଯାହାକି ପାକିସ୍ତାନକୁ ଅଜାଗା ଘା’ରେ ଚୂନ ମାରିଲା ଭଳି ଲାଗିଛି।

ସୋମବାର ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇମ୍ରାନଙ୍କ ସହ ସାକ୍ଷାତ ହୋଇଥିଲା ସେତେବେଳେ କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ କହିଥିଲେ ପାକିସ୍ତାନ ଉପରେ ତାଙ୍କର ଭରସା ଅଛି ହେଲେ ମତେ ଦେଖୁଥିବା ଲୋକମାନେ ପାକିସ୍ତାନ ଉପରେ ଭରସା କରନ୍ତି ନାହିଁ ବୋଲି କହିଥିଲେ। ସେତେବେଳେ ଇମ୍ରାନ ସମସ୍ତ ଆଶା ହରାଇଥିଲେ।

ପ୍ରତିକ୍ରିୟା ଦେବା ବେଳେ ଗତକାଲି ଇମ୍ରାନ୍ କହିଥିଲେ କଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ମଞ୍ଚରୁ ପାକିସ୍ତାନ ନିରାଶ ହୋଇଛି। ଯଦି କଶ୍ମୀରରେ କଟକଣା ଭିତରେ ରହୁଥିବା ଲୋକ ଅନ୍ୟ ଦେଶରେ ରହିଥାନ୍ତେ ତାହାଲେ କ’ଣ ଏମିତି ନିରାଶ ହେବାକୁ ପଡ଼ିଥାନ୍ତା ବୋଲି ଗଣମାଧ୍ୟମକୁ ପ୍ରଶ୍ନ କରିଛନ୍ତି। କଶ୍ମୀରରୁ କର୍ଫ୍ୟୁ ହଟିବା ପରେ ପରିସ୍ଥିତି କ’ଣ ହେବ ତାହା ଆଲ୍ଲା ଜାଣିଛନ୍ତି ବୋଲି କହିଛନ୍ତି ଇମ୍ରାନ୍।

ସୂଚନାଯୋଗ୍ୟ, ଭାରତ ସମେତ ଅନେକ ଦେଶର ମୁଖିଆ ଏବଂ ବୈଦେଶିକ ମନ୍ତ୍ରୀ ଜାତିସଂଘର ମହାଅଧିବେଶନ ଚାଲିଥିବାରୁ ଏବେ ଆମେରିକାରେ ଅଛନ୍ତି। ଉଭୟ ଭାରତ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଏହି ଅବସରରେ ଆମେରିକା ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିସାରିଛନ୍ତି। କଶ୍ମୀର ପ୍ରସଙ୍ଗରେ ଦୁଇ ଦେଶ ପାଇଁ ମଧ୍ୟସ୍ଥି କରିବେ ବୋଲି ଟ୍ରମ୍ପ କହିସାରିଛନ୍ତି। ହେଲେ ଭାରତ ରାଜି ହେଉନଥିବାରୁ ସେ ମଧ୍ୟସ୍ଥତା କରିପାରିବେ ନାହିଁ ବୋଲି ଟ୍ରମ୍ପ କହିସାରିଛନ୍ତି।

ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଭାରତ ସରକାରଙ୍କ ଏହି ନିଷ୍ପତ୍ତି ଅସାମ୍ୱିଧାନିକ ବୋଲି ପାକିସ୍ତାନ ଅନେକ ଦେଶ ପାଖରେ ଅଭିଯୋଗ କରି ସାରିଛି। ହେଲେ ପାକିସ୍ତାନ ଏପରି କହିବା ଅସାମ୍ୱିଧାନିକ ବୋଲି ଭାରତ କହିସାରିଛି। ସେହିପରି ଜମ୍ମୁ କଶ୍ମୀରକୁ ନେଇ ଯେଉଁ ବିବାଦ ରହିଛି ତାହା ଶିମଲା ଚୁକ୍ତି ଅନୁଯାୟୀ ଦୁଇ ଦେଶ ବିବାଦର ସମାଧାନ କରିବେ। ତୃତୀୟ ପକ୍ଷ କିମ୍ୱା ଦେଶ ଏହି ବିବାଦରେ ଭାଗ ନେଇ ପାରିବେ ନାହିଁ।

By amfnews

Related Post