Wed. Mar 11th, 2026

କଶ୍ମୀରର ୧୭ଟି ଏକ୍ସଚେଞ୍ଜ୍‌କୁ ଫେରିଲା ଲ୍ୟାଣ୍ଡ୍‌ଲାଇନ୍‌ ସେବା

192 Views

ଶ୍ରୀନଗର : ଶନିବାର ଦିନ କଶ୍ମୀର ଉପତ୍ୟକାର ୧୭ଟି ଏକ୍ସଚେଞ୍ଜ୍‌ରେ ପୁଣି ଲ୍ୟାଣ୍ଡ୍‌ଲାଇନ୍‌ ସେବା ଆରମ୍ଭ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

୧୦୦ରୁ ସାମାନ୍ୟ ଅଧିକ ଥିବା ଏକ୍ସଚେଞ୍ଜ୍‌ଗୁଡ଼ିକରୁ ୧୭ଟିକୁ ପୁଣି କାର୍ଯ୍ୟକ୍ଷମ କରାଯାଇଛି। ଏହି ଏକ୍ସଚେଞ୍ଜ୍‌ଗୁଡ଼ିକ ମୁଖ୍ୟତଃ ଶ୍ରୀନଗର ଜିଲ୍ଲାର ସିଭିଲ୍‌ ଲାଇନ୍‌ସ୍‌ ଏରିଆ, କ୍ୟାଣ୍ଟନ୍‌ମେଣ୍ଟ୍‌ ଏରିଆ ଏବଂ ଏୟାର୍‌ପୋର୍ଟ ଏରିଆ। ଫଳରେ ୫୦ ହଜାର ଲ୍ୟାଣ୍ଡ୍‌ଲାଇନ୍‌ ଫୋନ୍‌ କାର୍ଯ୍ୟକ୍ଷମ ହୋଇ ପାରିଛି।

କେନ୍ଦ୍ରୀୟ କଶ୍ମୀରର ବଡ଼ଗାମ, ସୋନାମାର୍ଗ ଏବଂ ମଣିଗାମ୍‌କୁ ମଧ୍ୟ ଲ୍ୟାଣ୍ଡ୍‌ଲାଇନ୍‌ ସେବା ଫେରିଛି। ଉତ୍ତର କଶ୍ମୀରର ଗୁରେଜ୍‌, ତାନମାର୍ଗ, ଉରି କେରାନ କର୍ଣ୍ଣା ଏବଂ ଟଙ୍ଗଧର ଅଞ୍ଚଳରେ ମଧ୍ୟ ଲ୍ୟାଣ୍ଡ୍‌ଲାଇନ୍‌ ସେବା ପୁଣି ଚାଲୁ କରାଯାଇଛି। ଦକ୍ଷିଣ କଶ୍ମୀରର କାଜିଗୁଣ୍ଡ ଏବଂ ପାହାଲଗାମ୍‌ ଅଞ୍ଚଳରେ ବି ଲ୍ୟାଣ୍ଡ୍‌ଲାଇନ୍‌ ସେବା ପୁଣି କାର୍ଯ୍ୟକ୍ଷମ କରାଯାଇଛି।

ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ଦେଉଥିବା ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରାଯିବା ସମୟରେ ଅଗଷ୍ଟ ୫ ତାରିଖ ପ୍ରତ୍ୟୁଷରୁ ମୋବାଇଲ୍‌ ଏବଂ ଲ୍ୟାଣ୍ଡ୍‌ଲାଇନ୍‌ ସମେତ ଟେଲିଫୋନ୍‌ ଲାଇନ୍‌ ସର୍ଭିସ୍‌ ବନ୍ଦ ରଖାଯାଇଥିଲା।

By amfnews

Related Post