Sun. Mar 8th, 2026

କଶ୍ମୀରର ସୋପୋର୍‌ରେ ଏନ୍‌କାଉଣ୍ଟର୍‌

189 Views

ଶ୍ରୀନଗର : ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର ଅଞ୍ଚଳରେ ରାତି ତମାମ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ବୁଧବାର ଦିନ ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସେଠାରେ ଆତଙ୍କବାଦୀମାନେ ଉପସ୍ଥିତ ଥିବା ସଂକ୍ରାନ୍ତରେ ସୂଚନା ପାଇବା ପରେ ମଙ୍ଗଳବାର ସନ୍ଧ୍ୟା ବେଳେ ନିରାପତ୍ତା ବଳ ତଲାସ ଅଭିଯାନ ଆରମ୍ଭ କରିଥିଲେ। ସେହି ସମୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି।ଆତଙ୍କବାଦୀମାନେ ଯେମିତି ଖସି ଯାଇ ନ ପାରନ୍ତି, ସେ ସକାଶ କଡର୍ନକୁ ମଜଭୁତ କରାଯାଇଥିଲା।

ଚାଲିଥିବା ଗୁଳି ବିନିମୟରେ ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛି। ତା’ର ଶବ ଉଦ୍ଧାର କରାଯାଇଥିଲେ ମଧ୍ୟ ପରିଚୟ ମିଳିନାହିଁ। ସେ କିଏ ଏବଂ କେଉଁ ସଙ୍ଗଠନର ତାହା ଜାଣିବା ପାଇଁ ଉଦ୍ୟମ ଚାଲିଛି।

By amfnews

Related Post