Sun. Nov 24th, 2024

କଶ୍ମୀରରେ ଅଛନ୍ତି ‘ଜୈଶ-ଏ-ମହମ୍ମଦ’ର ୬୦ ଆତଙ୍କବାଦୀ!

By amfnews Feb 17, 2019 #Featured
209 Views

ଶ୍ରୀନଗର, ଫେବୃୟାରୀ ୧୭ : ବିଶ୍ୱର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ଅହମଦ’ ଭାରତରେ ଦିନକୁ ଦିନ ନିଜର କାୟା ବିସ୍ତାର କରୁଛି । ଭାରତର ମୁକୁଟ କୁହାଯାଉଥିବା ଜମ୍ମୁ କଶ୍ମୀରରେ ରହି ଆତଙ୍କରାଜ ଖେଳାଉଛି । ସୁଯୋଗ ମିଳିଲେ ବିଭିନ୍ନ ସମୟରେ ଯବାନ ଏପରିକି ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି । ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଏବଂ ଗୁଇନ୍ଦା ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବର୍ତ୍ତମାନ କଶ୍ମୀରରେ ପାଖାପାଖି ୬୦ ଜଣ ଆତଙ୍କବାଦୀ କାମ କରୁଛନ୍ତି । ଏମାନଙ୍କ ମଧ୍ୟରୁ ୩୫ ଜଣ ହେଉଛନ୍ତି ପାକିସ୍ତାନୀ । ବାକି ୨୫ ଜଣ ହେଲେ ସ୍ଥାନୀୟ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆତଙ୍କବାଦୀ ମାନେ ଶକ୍ତିଶାଳୀ ହେଉଛନ୍ତି ।

କଶ୍ମୀର ଜଣେ ଗୁଇନ୍ଦା ଅଧିକାରୀ କହିଛନ୍ତି, ଜୈଶ-ଏ-ମହମ୍ମଦର କୌଣସି ସଭ୍ୟ ଆଗକୁ ଆସୁ ନାହିଁ । ଦକ୍ଷିଣ କଶ୍ମୀରରେ ଉମେର, ଇସମାଇଲ ଏବଂ ଅବଦୁଲ ରସିଦ ଗାଜି ଲୁଚିଛନ୍ତି ।

ନିକଟରେ ଏକ ଟେପରୁ ଜଣାପଡ଼ିଛି ଯେ, ଗୁରୁବାର ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ମହମ୍ମଦ ଉମେର ଏବଂ ଅବଦୁଲ ରସିଦ ଗାଜିଙ୍କୁ ନିଯୁକ୍ତ କରାଯାଇଥିଲା । ଘଟଣା ସହିତ ସଂପୃକ୍ତ ଏକ ଟ୍ୟାପରୁ ଏହା ଜଣାପଡ଼ିଛି । ଜୈଶ-ଏ-ମହମ୍ମଦର ମୁଖ୍ୟ ମମୁଦ ଆଜହର ଏଥିରେ ଆତଙ୍କବାଦୀ ଆକ୍ରମଣକୁ ସୁନିଯୋଜିତ କରିବା ପାଇଁ ତା’ର ଟିମକୁ ପରାମର୍ଶ ଦେଇଛି ।

 

By amfnews

Related Post