Sun. Mar 8th, 2026

କଶ୍ମୀରରୁ କଟକଣା ଉଠାଇବାକୁ ଦାବି କଲେ ଆମେରିକା ସାଂସଦ

178 Views

ୱାଶିଂଟନ୍‌  : ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଆମେରିକାର ଦୁଇ ଜଣ ସାଂସଦ ଦାବି କରିଛନ୍ତି। ଅଗଷ୍ଟ ୫ରେ କଶ୍ମୀରରେ ଯୋଗାଯୋଗ ବ୍ୟବସ୍ଥା ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଆମେରିକା ସଚିବ ମାଇକ ପୋମ୍ପେଓ ତୁରନ୍ତ ଏହାକୁ ଗୁରୁତ୍ୱର ସହ ନିଅନ୍ତୁ। ଏଥିସହ ସେ ଭାରତ ସରକାରଙ୍କୁ ଯଥାଶୀଘ୍ର କଶ୍ମୀରରୁ କଟକଣା ହଠାଇବା ପାଇଁ କୁହନ୍ତୁ ବୋଲି ଦୁଇ ଜଣ ଯାକ ସାଂସଦ ନିବେଦନ କରିଛନ୍ତି।

ଆମେରିକା ସଂସଦରେ ପ୍ରଥମ ତଥା ଏକମାତ୍ର ଭାରତୀୟ ବଂଶୋଦ୍ଭବ ଆମେରିକା ସାଂସଦ ପ୍ରମିଳା ଜୟପାଲ ଓ ଜେମ୍ସ ପି ମ୍ୟାକଗଭର୍ଣ୍ଣ ସେପ୍ଟେମ୍ବର ୧୧ରେ ପୋମ୍ପେଓଙ୍କ ପାଖକୁ ଚିଠି ଲେଖିଛନ୍ତି। ଏଥିରେ ସେମାନେ କହିଛନ୍ତି, “କଟକଣା ଯୋଗୁ ଜମ୍ମୁ-କଶ୍ମୀରରେ କ’ଣ ହେଉଛି ସେକଥା କେହି ବି ଜାଣି ପାରୁନାହାନ୍ତି। ତେଣୁ ତୁରନ୍ତ ଜମ୍ମୁ-କଶ୍ମୀରକୁ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଯିବାକୁ ଅନୁମତି ଦିଆଯିବା ଉଚିତ।

ଏଥିସହ ସ୍ୱାଧୀନ ଭାବେ ମାନବାଧିକାର ଉଲ୍ଲଙ୍ଘନ ଉପରେ କାର୍ଯ୍ୟ କରୁଥିବା ସଂଗଠନ ଗୁଡ଼ିକୁ ମଧ୍ୟ ସେଠାକୁ ଛଡ଼ାଯିବା ଉଚିତ। ତେଣୁ ପୋମ୍ପେଓ ଏହାକୁ ଗରୁତ୍ୱର ସହ ନେଇ କଶ୍ମୀରରେ ଜାରି ହୋଇଥିବା କଟକଣାକୁ ଉଠାଇବା ପାଇଁ ଭାରତ ସରକାରଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ।

କଶ୍ମୀରରେ କଟକଣାକୁ ପ୍ରତ୍ୟାହାର, ରାଜନେତାଙ୍କୁ ଗୃହବନ୍ଦୀରୁ ମୁକ୍ତି, ହସ୍ପିଟାଲରେ ଜୀବନ ରକ୍ଷା କରି ଔଷଧ ଅଛି କି ନାହିଁ ଓ କଶ୍ମୀରବାସୀଙ୍କ ସ୍ୱାଧୀନତାକୁ ଗୁରୁତ୍ୱ ଦେଇ ସେମାନେ କିପରି ଏକାଠି ପୂଜାପାଠ କରିପାରିବେ, ସେକଥା ମଧ୍ୟ ନିଶ୍ଚିତ କରନ୍ତୁ।”

ଏହି ଦୁଇ ଜଣ ଯାକ ସାଂସଦ କଶ୍ମୀରକୁ ନେଇ ସେମାନେ ଚିନ୍ତାରେ ରହିଥିବା କଥା ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାବାଦ୍‌ ଏମାନେ କଶ୍ମୀର ପ୍ରସଙ୍ଗରେ ଧର୍ମର ରଙ୍ଗ ଦେବାକୁ ମଧ୍ୟ ଚେଷ୍ଟା କରିଛନ୍ତି।

By amfnews

Related Post