Thu. Jan 16th, 2025

କଳିଙ୍ଗ ହର୍ବାଲ ମେଳା ୯ରୁ

By amfnews Jan 7, 2019 #Featured
144 Views

ରାଉରକେଲା, ୭ା୧  : ରାଉରକେଲା ବନ ବିଭାଗ ପକ୍ଷରୁ କଳିଙ୍ଗ ହର୍ବାଲ ମେଳା – ୨୦୧୯ ଚଳିତ ମାସ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଭଞ୍ଜଭବନ ପ୍ରଦର୍ଶନୀ ପଡିଆ ଠାରେ ଅନୁଷ୍ଠିତ ହେବ ବୋଲି ପାନପୋଷ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବନଖଣ୍ଡ ଅଧିକାରୀ ସଂଜୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ଏହି ହର୍ବାଳ ମେଳା ୫ ଦିନ ଧରି ଚାଲିବ । ମେଳାରେ ୮୦ଟି ଷ୍ଟଲ୍ ଲାଗିବାକୁ ଥିବାବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୬୦ ଜଣ ମେଳାରେ ଅଂଶଗ୍ରହଣ କରିପାରିବେ ।

ମେଳା ସମୟରେ ଔଷଧୀୟ ବୃକ୍ଷର ଉପକାରିତା ଓ ଏ କ୍ଷେତ୍ର ସହ ସମ୍ପୃକ୍ତ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ମେଳାର ଉଦ୍ଦେଶ୍ୟ ବୋଲି ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ । ଏଥିସହ ମେଳାରେ ପ୍ରାଚୀନ ବୈଦ୍ୟ, ବନ ସୁରକ୍ଷା ସମିତି କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସଙ୍ଗଠନ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଆୟୁର୍ବେଦିକ ଚିକିତ୍ସକ, ଫାର୍ମାସିଷ୍ଟମାନେ ଉପସ୍ଥିତ ରହିବେ । ଏହି ଅବସରରେ ପୂର୍ବବର୍ଷ ଭଳି ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଛି । ଡାକ୍ତରମାନେ ଉପସ୍ଥିତ ରହି ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରିବା ସହ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତ ମାସ ୯ ତାରିଖରେ ଏହାର ଉଦ୍ଘାଟନୀ ଉତ୍ସବ ଓ ୧୩ ତାରିଖରେ ଏହାର ଉଦ୍ଯାପନୀ ଉତ୍ସବ ପାଳନ କରାଯିବ ।

ମେଳା ପ୍ରତ୍ୟେହ ସନ୍ଧ୍ୟା ସାଢେ ୬ଟାରୁ ସାଢେ ୮ଟା ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ୧୦, ୧୧ ଓ ୧୨ ତାରିଖ ଦିନ ସୁନ୍ଦରଗଡ ଜିଲାର ଆଦିବାସୀ ସଂସ୍କୃତି ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବିଗତ ୩ ବର୍ଷରେ ଏହି ଶିବିରରେ ୮୦୦ ରୋଗୀଙ୍କ ପରୀକ୍ଷା ନିରୀକ୍ଷା କରାଯାଇ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରାଯାଇଛି । ଏହି ଅବସରରେ ୨୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ଔଷଧୀୟ ଚାରା ବିକ୍ରୟ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଅନୁରୂପ କାରବାର ହେବ ବୋଲି ଅନୁମାନ କରାଯାଉଛି । ତେଣୁ ଏହି ମେଳାରେ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରିବେ ବୋଲି ଶ୍ରୀ ସ୍ୱାଇଁ ଆଶାବ୍ୟକ୍ତ କରିବା ସହ ମେଳାର ସଫଳତା ପାଇଁ ସହରବାସୀଙ୍କୁ ଅନୁରୋଧ ଜଣାଇଛନ୍ତି ।

By amfnews

Related Post