Sat. Mar 7th, 2026

କଳିଙ୍ଗନଗରରେ ସହିଦ୍ ସ୍ତମ୍ଭ ଚାରିପଟୁ ୧୦ କଟା ପାପୁଲି ଠାବ, ଘଟଣାସ୍ଥଳରେ ଉତ୍ତେଜନା

265 Views

ଯାଜପୁର, ନଭେମ୍ବର ୧୮: କଳିଙ୍ଗନଗର ଆମ୍ବଗଡ଼ିଆ ସହିଦ୍ ସ୍ତମ୍ଭରେ କଟା ହାତ ପାପୁଲି ମିଳିବା ନେଇ ଉତ୍ତେଜନା ଦେଖାଯାଇଛି। ସ୍ଥାନୀୟ ଲୋକମାନେ ସ୍ତମ୍ଭ ଚାରିପଟୁ ୧୨ ବର୍ଷ ତଳର ଆଦିବାସୀଙ୍କ ୧୦ଟି କଟା ହାତ ପାପୁଲି ଠାବ କରିଥିବା ଜଣାପଡ଼ିଛି। ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବର ନେବାରୁ ଜଣାପଡ଼ିଛି ଯେ, ଠାବ ହୋଇଥିବା ପାପୁଲି ଗୁଡ଼ିକ ୧୨ ବର୍ଷ ତଳ ମୃତ ଆଦିବାସୀଙ୍କର। ୨୦୦୬ ଜାନୁଆରୀ ୨ କଳିଙ୍ଗନଗର ଗୁଳିକାଣ୍ଡରେ ଆଦିବାସୀଙ୍କ ହାତ ପାପୁଲି ଗୁଡିକ କଟାଯାଇଥିଲା। ସେହି ସମୟରେ ପୋଲିସର ଗୁଳିମାଡ଼ରେ ୧୩ ଆଦିବାସୀଙ୍କ ମୃତ୍ୟୁ ହୋଇଥିଲା। ମୃତଦେହ ଚିହ୍ନଟ ପାଇଁ ମୃତକଙ୍କ ହାତ ପାପୁଲି କାଟି ନିଆଯାଇଥିଲା। ପରେ ପାପୁଲିଗୁଡ଼ିକୁ ପୋଲିସ ପରିବାରକୁ ଫେରାଇ ଦେଇଥିଲା। ତେବେ ସେସବୁ ପାପୁଲିର ଡିଏନଏ ପରୀକ୍ଷା ପାଇଁ ମୃତକଙ୍କ ପରିବାର ଦାବି କରିଥିଲେ । ପାପୁଲି ଗୁଡ଼ିକୁ ଗ୍ରହଣ ନକରିବାରୁ ଏଥିରେ ରାସାୟନିକ ଲେପ ଦିଆଯାଇ ଏକ ବାକ୍ସରେ ନିକଟ ବୀରଭୂମି କ୍ଲବ୍ କ୍ଲବ ଘରେ ରଖାଯାଇଥିଲା। ତେବେ ଗତକାଲି ରାତିରେ କ୍ଲବ ତାଲା ଭାଙ୍ଗି ଜଉମୁଦ ବାକ୍ସ କେହି ପାପୁଲି ଫିଙ୍ଗିଥିବା ସନ୍ଦେହ କରାଯାଉଛି।

ତେବେ ଏହି ଘଟଣାର ତଦନ୍ତ ଓ ଦୋଷୀକୁ ଗିରଫ ପାଇଁ ବିସ୍ଥାପନ ବିରୋଧୀ ଜନ ମଞ୍ଚ ଦାବି କରିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

By amfnews

Related Post