Wed. Dec 25th, 2024

କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୧୦୬ ଟି ପ୍ରକଳ୍ପର କରିବେ ଉଦଘାଟନ

By amfnews Jan 14, 2021 #Featured
123 Views

ଭୁବନେଶ୍ୱର, ଜାନୁଆରୀ 14 : ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖିଗୁଡା ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତରେ ୨୦୮୫ କୋଟି ଟଙ୍କାରେ ୧୦୬ ଟି ପ୍ରକଳ୍ପ ଉଦ୍‌ଘାଟନ କରିବେ । ୨୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି  ।

ନବୀନ କଳାହାଣ୍ଡି ଜିଲ୍ଲା ଗସ୍ତରେ ୧୦୬୪ କୋଟି ୮୬ ଲକ୍ଷ ଟଙ୍କା ବ୍ୟୟ ଅଟକଳର ୫୪ ଟି ପ୍ରକଳ୍ପକୁ ଉଦଘଟନ କରିବେ । ସେହିଭଳି ୧୦୨୦ କୋଟି ୩୪୭ ଲକ୍ଷ ଟଙ୍କାର  ୫୨ ଟି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ । ସମୁଦାୟ ୨୦୮୫ କୋଟି ୨୦ ଲକ୍ଷ ୯୦ ହଜାର ଟଙ୍କା ରୁ ଉର୍ଦ୍ଧ୍ବ ୧୦୬ ଟି ପ୍ରକଳ୍ପ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଏହି କାର୍ଯ୍ୟକ୍ରମ ରେ 65 ଜଣ ବିଧାୟକ ଓ ମନ୍ତ୍ରୀ ମାନେ ମଧ୍ୟ ଉପସ୍ଥିତ ରହିବେ । ତେବେ ଏହା ସହ ନବୀନ ଚାଷୀଙ୍କୁ ବାର୍ତ୍ତା ଦେବେ ବୋଲି ଜଣାପଡିଛି  ।

କରୋନା ପ୍ରଭାବ ହ୍ରାସ ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଗାଇଡଲାଇନକୁ ଅଧିକ ଫୋକସ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହେଲିପ୍ୟାଡରୁ ମୁଖ୍ୟମନ୍ତ୍ରୀ ମଞ୍ଚକୁ ଯିବା ଯାଏ କଣ ରହିବ ସୁରକ୍ଷା ବ୍ୟବସ୍ଥା, ତାହାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏହି ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କଳାହାଣ୍ଡି ସମେତ ପାଖ ଜିଲ୍ଲା ଗୁଡ଼ିକରୁ ଅଧିକ ପୋଲିସ ଫୋର୍ସ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଅଣାଯାଇଛି । ମୁଖ୍ୟମନ୍ତ୍ରୀଙ୍କଠାରୁ ୩୦ ଫୁଟ୍ ଦୂରତା ଯେପରି ଲୋକ ରଖିବେ, ତାହାର ବ୍ୟବସ୍ଥା କରାଯାଇଛି । ୨୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି  । ପୋଲିସ ପାଇଁ ମାସ୍କ ଓ ଫେସ୍ ହେଲମେଟ୍ ବାଧ୍ୟତାମୂଳକ କରାଯାଇଛି ।

By amfnews

Related Post