334 Views

କାରଣ ଜଣାଇବାକୁ ଯାଇ, ଯାତ୍ରୀବାହୀ ବସ୍ ପାଖକୁ ଆସିବା ପାଇଁ ଆମକୁ ପ୍ରତିଦିନ ମାଟି ରାସ୍ତା ଦେଇ ୩ରୁ ୬କିଲୋମିଟର ଚାଲିବାକୁ ପଡ଼ିଥାଏ । ବସ୍ରେ ବସିବା ପରେ ସେଥିରେ ଯାତ୍ରା କରୁଥିବା ଯୁବକମାନେ ଆମମାନଙ୍କ ସହ ଅସଦାଚରଣ କରିଥାନ୍ତି । ଯାହା ପାଇଁ ସବୁଦିନ କଲେଜ ଯିବା ସମ୍ଭବ ହୋଇ ପାରିନାହିଁ ବୋଲି ୪ଜଣ ଯୁବତୀ ଦମ୍ପତିଙ୍କୁ ଜଣାଇଥିଲେ । ଘରେ ପହଞ୍ଚିବା ପରେ ତାରାବତୀ ରାମେଶ୍ୱରଙ୍କୁ ଆମେ କିଛି କରି ପାରିବା କି ବୋଲି ପଚାରିଥିଲେ ? ଯାହାର ଉତ୍ତର ରଖି ଯଦି ଆମର ଝିଅ ହୋଇଥାନ୍ତା, ତେବେ ଆମେ ତାକୁ ପାଳି ବଡ଼ କରି ବିବାହ କରିଥିଲେ କେତେ ଟଙ୍କା ଖର୍ଚ୍ଚ ହୋଇଥାନ୍ତା ବୋଲି ପଚାରିଲେ ରାମେଶ୍ୱର ? ଯାହାର ଉତ୍ତରରେ ୨୦ ଲକ୍ଷ ବୋଲି ତାରାବତୀ କହିଥିଲେ ।
ତାରାବବତୀଙ୍କ ଠାରୁ ଏହା ଶୁଣି ରାମେଶ୍ୱର କଲେଜ ଯାଉଥିବା ଯୁବତୀମାନଙ୍କ ପାଇଁ ଏକ ବସ୍ କିଣିବେ ବୋଲି ମନସ୍ଥ କରିଥିଲେ । ଏଥି ପାଇଁ ସେ ନିଜର ଜେନେରାଲ ପ୍ରୋଭିଡ଼େଣ୍ଟ ଫଣ୍ଡ(ଜିପିଏଫ୍)ରୁ ୧୭ଲକ୍ଷ ଟଙ୍କା ଉଠାଇବା ସହ ବ୍ୟାଙ୍କରେ ଜମାଥିବା ୨ଲକ୍ଷ ଟଙ୍କା ମିଶାଇ ଏକ ବସ୍ କିଣିଥିଲେ । ଏହି ବସ୍ ଛୁରୀରୁ ଯାଉଥିବା ସମସ୍ତ ଯୁବତୀଙ୍କୁ ମାଗଣାରେ କଲେଜ ଛାଡ଼ିବା ସହ କଲେଜରୁ ଆଣି ଘରେ ଛାଡ଼ିବା ଆରମ୍ଭ କରିଥିଲା ।