Sun. Nov 24th, 2024

କଲେଜ ଭିତ୍ତିଭୂମି ବିକାଶ ପାଇଁ ଦେଢ କୋଟି ; ସରକାରୀ ମାନ୍ୟତା ଗୁଜବ।

By amfnews Sep 4, 2018 #Featured
158 Views

ମାଲକାନଗିରି ଜିଲ୍ଲା ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ମିଳିଥିବା ନେଇ କଲେଜ ଅଧ୍ୟାପକ ମାନେ ଗୁଜବ ସୃଷ୍ଟି କରିଥିବା ବେଳେ  ଗତକାଲି ସନ୍ଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫ୍ରେସିଂ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି।ମାଲକାନଗିରି ମହାବିଦ୍ୟାଳୟକୁ ପୋଷ୍ୟ ମହାବିଦ୍ୟାଳୟ ଭାବେ ଗ୍ରହଣ କରାଗଲା ବୋଲି ଘୋଷଣା କରିଛନ୍ତି।
ପୋଷ୍ୟ କଲେଜ ଭାବେ ଭିତ୍ତିଭୂମି ବିକାଶ ପାଇଁ ଦେଢ କୋଟି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ।କଲେଜକୁ ସରକାରୀ ମାନ୍ୟତା ମିଳିଥିବା ନେଇ କଲେଜ କର୍ତ୍ତୃପକ୍ଷଙ୍କ ଭୁଲ ତଥ୍ୟ ପ୍ରଦାନ ପରେ କଲେଜ ପରିସରରେ ଛାତ୍ରଛାତ୍ରୀ ମାନେ ଉତ୍ସାହିତ ହୋଇଥିଲେ।
ତେବେ ମୁଖ୍ୟମନ୍ତ୍ରୀ ଅବିଭକ୍ତ କୋରାପୁଟରେ ୪ ଟି ଜିଲ୍ଲାର କଲେଜ ଭିତ୍ତିଭୂମି ବିକାଶ ପାଇଁ ଦେଢ କୋଟି ଲେଖାଏଁ ଦିଆଯିବ ବୋଲି ଗତକାଲି ଭିଡିଓ କନଫ୍ରେସିଂ ଜରିଆରେ ଜଣାଇଛନ୍ତି।ଏହି କଲେଜକୁ ସରକାରୀ ମାନ୍ୟତା ମିଳିଲା ବୋଲି କଲେଜ ଅଧ୍ୟକ୍ଷ ସୂଚନା ଦବା ପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମେସେଜ ଜରିଆରେ ଗଣମାଧ୍ୟମକୁ ଜଣାଇଥିଲେ।
ହେଲେ ଶେଷରେ ପ୍ରକୃତ ଘଟଣା ଜାଣିବା ପରେ ଜିଲ୍ଲାବାସୀ ଦୁଃଖିତ ହୋଇଛନ୍ତି।କଲେଜ ପକ୍ଷରୁ ଏକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ସରିଥିଲା ବୋଲି କଲେଜର ଜଣେ ଅଧ୍ୟାପକ ସୂଚନା ଦେଇଥିଲେ।ଶୁକ୍ରବାର ଦିନ ୫ ଘଣ୍ଟିକାରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଭିଡିଓ କନଫ୍ରେସିଂରେ ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାକାନ୍ତ ଶତପଥୀ, ବିଧାୟକ ମାନସ ମାଡକାମୀ, ପୂର୍ବତନ ବିଧାୟକ ମୁକୁନ୍ଦ ସୋଢି,ପୌରପରିଷଦ ଅଧ୍ୟକ୍ଷା ରାଜୱନ୍ତ କୌର, ବିଜେପି ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଡଃ କାମରାଜୁ କବାସି,କଲେଜ ଅଧ୍ୟକ୍ଷ ଅଶୋକ କୁମାର ଷଢଙ୍ଗୀଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ କଲେଜ କର୍ତ୍ତୃପକ୍ଷଙ୍କ ଏପରି ଅପପ୍ରଚାର କରିବା ଦ୍ୱାରା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

By amfnews

Related Post