Wed. Jan 1st, 2025
277 Views

DEVI PRASANNA NAYAK HAS RAISED SOME IMPORTANT POINTS ABOUT ALLEGED MISS MANAGEMENT OF THE SAMAJA. IT IS HIGH TIME THAT THE PERSONS WHO HAVE OCCUPIED UTKALMANI’S DREAM CHILD WITH A FORGED WILL SHOULD COME FORWARD TO BRING THE TRUTH TO LIGHT.

ଏବେ ତିନିଦିନ ବ୍ୟାପି ଦୈନିକ ଖବରକାଗଜ ସମାଜ ଓ ଲୋକ ସେବକ ମଣ୍ଡଳ ପକ୍ଷରୁ ଶତବାର୍ଷିକ ସାଂସ୍କୃତିକ ସମାରୋହ ଆୟୋଜନ ହେଉଥିବା ଆପଣ ଜାଣିଛନ୍ତି, ଯାହାର ଆଜି ଦ୍ବିତୀୟ ଦିବସ। ଜାତୀୟ ଭିତ୍ତିରେ ଆୟୋଜନ ହେଉଥିବା କୁହାଯାଉଥିବା ଏ ସମାରୋହରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର କଳାକାରମାନେ ମଞ୍ଚରେ ସ୍ଵୀୟ କଳା ନୈପୁଣ୍ୟ ପ୍ରଦର୍ଶନ କରୁଛନ୍ତି ଓ ଏଥି ପାଇଁ ଏକ ଆଲୋଚନାଚକ୍ର ବି ଆଜି ହେଉଛି, ତେବେ ଉଦ୍ଦେଶ୍ୟ କଣ? ଏପରି ସାଂସ୍କୃତିକ ଉତ୍ସବ କରାଯିବାରେ କିଛି ଅସଙ୍ଗତି ନାହିଁ, କିନ୍ତୁ ୧୦୦ ବର୍ଷ ଭିତରେ ଏ ଯୋଜନା କେବେ କରାଯାଉନଥିବା ବେଳେ ଆଜି ହଠାତ୍ ଏମିତି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ କାହିଁକି? ଏ କାର୍ଯ୍ୟକ୍ରମ ଆୟୋଜନରେ ଲୋକ ସେବକ ମଣ୍ଡଳ କେତେ ଓ କିପରି ଆର୍ଥିକ ସହାୟତା ଦେଉଛି ନା ସବୁ ସମାଜ ଅର୍ଥରେ କରାଯାଉଛି? ଏପରି ପ୍ରଶ୍ନ ଉଠାଇବାର ଅବକାଶ ଓ ପ୍ରାସଙ୍ଗିକତା ବି ସାଧାରଣରେ ନାହିଁ। କାରଣ ସମାଜକୁ ଜାଣିଥିବା, ଭଲପାଉଥିବା ପ୍ରତ୍ୟେକଙ୍କ ପାଇଁ ଏ ଅନୁଷ୍ଠାନ ପବିତ୍ର। ଏଇ ପବିତ୍ରତାର ଭାବକୁ ଯଥା ସମ୍ଭବ (କୁ) ବ୍ୟବହାର କରି ଯେତେ କୁକର୍ମ କରାଯାଉଛି ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ।

ଲୋକ ସେବକ ମଣ୍ଡଳ ବା Servants of the People Society ଦିଲ୍ଲୀ ରେ ପଞ୍ଜୀକୃତ ଏକ ସମାଜ ବା ସୋସାଇଟି। ଏହା ଏକ ଦାତବ୍ୟ ଅନୁଷ୍ଠାନ ଭାବେ ଆୟକର ଆଇନ ଅନୁସାରେ ପଞ୍ଜିକରଣ ହେବା ପରେ ଆୟରେ ଟିକସ ରିହାତି ପାଇଥିଲା। ଏହାର ଓଡ଼ିଶା ଶାଖା କାର୍ଯ୍ୟାଳୟ ହେଉଛି କଟକ ବକ୍ସିବଜାରରେ ଥିବା ଗୋପବନ୍ଧୁ ଭବନ, ଯାହା ସମାଜ ଅଫିସ୍ ଭାବରେ ପରିଚୟ ଓ ପ୍ରସିଦ୍ଧି ପାଇଛି। କିନ୍ତୁ ସମାଜ ସେହି ଜାଗା ଓ କୋଠା ବ୍ୟବହାର ପାଇଁ ଲୋକ ସେବକ ମଣ୍ଡଳ କୁ ବାର୍ଷିକ ଭଡ଼ା ଦିଏ। ଗୋପବନ୍ଧୁଙ୍କର ଇଛାପତ୍ର ଜାଲିଆତି କରି ସମାଜକୁ ଜବରଦଖଲ କରିଥିବା ଲୋକ ସେବକ ମଣ୍ଡଳ ତେଣୁ ୨୦୦୨ ମସିହାରେ ସୁପ୍ରିମ କୋର୍ଟରେ ସତ୍ୟପାଠ କରି କହିଥିଲା ଯେ ଗୋପବନ୍ଧୁ ପ୍ରତିଷ୍ଠା କରିଥିବା ସାପ୍ତାହିକ ସମାଜ ସହ ଦୈନିକ ସମାଜର କିଛି ସଂପର୍କ ନାହିଁ। ଗୋପବନ୍ଧୁଙ୍କ ମୃତ୍ୟୁ (୧୭.୬.୧୯୨୮) ପରେ ୧୯୩୦ ଏପ୍ରିଲରେ ଲୋକ ସେବକ ମଣ୍ଡଳ ଦୈନିକ ସମାଜ ପ୍ରକାଶ କରିଥିଲା। ଓଡ଼ିଶାର ଦୁର୍ଭାଗ୍ୟ ଯେ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ପୂର୍ବରୁ ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ ସର୍ବୋଚ୍ଚ ଅଦାଲତ ଜାରି କରିଥିବା ଅନ୍ତରୀଣ ରହିତାଦେଶ ପରେ ମାମଲା ଆଉ ଆଗକୁ ବଢିନଥିଲା। ଆଉ କେବେ ସେ ସମ୍ପର୍କରେ ଆଲୋଚନା ରଖିବି।
ଲୋକ ସେବକ ମଣ୍ଡଳ ଜାତୀୟ ଆୟକର ରିଟର୍ଣ ବା ବିବରଣୀ ତାର ଅଧୀନରେ ଥିବା ୧୬ ଟି ଶାଖା ପାଇଁ ସାମ ଗ୍ରିକ ଭାବରେ ପ୍ରଦାନ କରୁଥିବା ବେଳେ ଓଡ଼ିଶା ଶାଖା ପାଇଁ ଅଲଗା ରିଟର୍ଣ ଦାଖଲ କରେ। ଏହି ଓଡ଼ିଶା ଶାଖାରେ ସମାଜ, ସତ୍ୟବାଦୀ ପ୍ରେସ, ସମ୍ବଲପୁରରେ ଥିବା ରାଧାନାଥ ରଥ କମ୍ୟୁନିଟି ସେଣ୍ଟର, ଆଠଗଡର ମଧବପୂର ଠାରେ ଥିବା Gopabandhu Institute of Medical Science and Research ଓ ଅନ୍ୟ ଆୟ ସଂସ୍ଥାର ରୋଜଗାର ପ୍ରଦର୍ଶନ କରେ। କିନ୍ତୁ ସମାଜ ରିଲିଫ୍ ପାଣ୍ଠିକୁ ପ୍ରଦତ୍ତ ଦାନ କୁ ଲୋକ ସେବକ ମଣ୍ଡଳ ତାକୁ ଲୋକେ ଦେଉଥିବା ଦାନ ବୋଲି ସାମଗ୍ରିକ ରିଟର୍ଣ ଫର୍ଦ୍ଦରେ ଦେଖାଏ।
ଏପରି ଅନିୟମିତତା ସମ୍ପର୍କରେ ୨୦୧୧-୧୨ ରେ ଅଭିଯୋଗ ହେବା ପରେ ଆୟକର ରିହାତି ନିର୍ଦ୍ଦେଶାଳୟ ଲୋକ ସେବକ ମଣ୍ଡଳ ଠାରୁ ଏଇ ସ୍ଵତନ୍ତ୍ର ଆୟକର ଛାଡ଼ ସୁବିଧା ପ୍ରତ୍ୟାହାର କରିନେଇଥିଲେ। ୨୦୧୪-୧୫ ଆର୍ଥିକ ବର୍ଷଠାରୁ ମୁଁ ନିୟମିତ ଏପରି ବହୁ ଅନିୟମିତତାର ପ୍ରମାଣ ସହ ଅଭିଯୋଗ କରିବା ପରେ ଲୋକ ସେବକ ମଣ୍ଡଳ ଏହି ସୁବିଧାରୁ ବଞ୍ଚିତ ହେଇଆସୁଥିଲା।

୨୦୧୧-୧୨ର ଅଭିଯୋଗ ଆୟକର ପ୍ରାଧିକରଣ ଅଦାଲତରେ ବିଚାର ହୋଇ ୨୭.୯.୨୦୧୯ରେ ଚୂଡ଼ାନ୍ତ ନିର୍ଦ୍ଦେଶନାମା ଆସିଲା, ଯେଉଁଥିରେ ସମାଜ ଖବରକାଗଜ ଲୋକ ସେବକ ମଣ୍ଡଳର ଦାତବ୍ୟ ନୀତି ଓ ଶୃଙ୍ଖଳା ଅନୁରୂପ କାର୍ଯ୍ୟ କରୁଥିବାରୁ ତାହା ଲୋକ ସେବକ ମଣ୍ଡଳର ଏକ ବ୍ୟାବସାୟିକ ସଂସ୍ଥା ଭାବରେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ମତ ପ୍ରକାଶ ପାଇଛି ଓ ସେହି ଆଧାରରେ ମଣ୍ଡଳକୁ ଆୟକରରେ ରିହାତି ଦେବାପାଇଁ ପ୍ରାଧିକରଣ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ମୋର ଅଭିଯୋଗ କଣ ହେଲା? ଏହି ରାୟ କୁ ପରବର୍ତ୍ତୀ ଆର୍ଥିକ ବର୍ଷ ରେ ପୁନଃ ପୌ ନିକ୍ ରୀତିରେ ଲାଗୁ କରାଯିବ ନା ନାହିଁ? ଏହାର ଉତ୍ତର ପାଇଁ ମୁଁ ସୂଚନା ଅଧିକାର ଆଇନରେ ତଥ୍ୟ ପାଇଁ ଆବେଦନ କାଲି, କିନ୍ତୁ ଜନ ସୂଚନା ଅଧିକାରୀ ଏ ତଥ୍ୟ ଦେବାକୁ ମନାକଲେ ଓ ଦର୍ଶାଇଲେ ଯେ ଆୟକର ଦେଉଥିବା ସଂସ୍ଥା ଓ କର୍ତ୍ତୁକ ଙ୍କ ମଧ୍ୟରେ ଏହା ବିଶ୍ୱାସ ଭଙ୍ଗ କରିବ, ଅଧିକନ୍ତୁ ଏହି ତଥ୍ୟ ସର୍ବସାଧାରଣ ସ୍ବାର୍ଥ ସମ୍ବଳିତ ହେବାର ପ୍ରମାଣ ଆବେଦନକାରୀ (ମୁଁ) ଦେଇପାରି ନଥିବାରୁ ତଥ୍ୟ ପ୍ରଘଟ କରାଯାଇ ପାରିବ ନାହିଁ।

ଜନ ସୂଚନା ଅଧିକାରୀଙ୍କ ଏପରି ନିଷ୍ପତ୍ତି ଆଇନ ଆନୁମୋଦିତ ନୁହେଁ, କାରଣ ଆୟକର ରିହାତି ପାଉଥିବା ପ୍ରତ୍ୟେକ ସଂସ୍ଥାର ନାମ ଆୟକର ବିଭାଗ ପକ୍ଷରୁ ପ୍ରତିବର୍ଷ ଜନସ୍ବାର୍ଥ ଓ ସୂଚନା ପାଇଁ ନିଜସ୍ବ ୱେବ୍ ପୋର୍ଟାଲ ରେ ପ୍ରଦର୍ଶିତ ହୋଇଥାଏ। ତେଣୁ ମୁଁ ଜାଣିବାକୁ ଚାହୁଁଥିବା ତଥ୍ୟ ଏ ନୀତି ବର୍ହିଭୂତ କି? ତେଣୁ ମୁଁ ଆପିଲ୍ ଫାଇଲ କରିଥିଲେ ବି ତାର ନିର୍ଦ୍ଦେଶ ପାଇ ନାହିଁ। ଯେଉଁ କାରଣରୁ ମୁଁ ଅଦାଲତ ଯିବାକୁ ପ୍ରସ୍ତୁତି ଆରମ୍ଭ କରିଛି।

ଚାରି ବର୍ଷ ଧରି ଆୟକର ରିହାତି ବଞ୍ଚିତ ସଂସ୍ଥା ଆଗକୁ ଏ ଅସୁବିଧା ରେ ନପଡିବାକୁ ଆରମ୍ଭ କରିଛି ସୁଆଙ୍ଗ- ଶତ ବାର୍ଷିକ ସାଂସ୍କୃତିକ ସମାରୋହ।
ଆୟକର ରିହାତି ସଂସ୍ଥା ତାର ନୀତି/ ସମ୍ବିଧାନ (bye-laws/constitution) ରେ ରହିଥିବା ଉଦ୍ଦେଶ୍ୟ ବା ଅଭିପ୍ରାୟ (object) ବଦଳାଇ ପାରିବ ନାହିଁ। ଲୋକ ସେବକ ମଣ୍ଡଳର ସମ୍ବିଧାନରେ ଥିବା ଅଭିପ୍ରାୟ ଇଂରାଜୀରେ ଏପରି – The object of the Society shall be to enlist and train national missionaries for the service of the motherland. It shall be there duty to work for the educational, cultural, social, economic and political advancement of the country under the supervision of the Society.
ଏବେ ଏହି କଲଚରାଲ୍ ଆଡ଼ଭାନସମେଣ୍ଟ ନାଁରେ ଓଡ଼ିଶା ଶାଖା ଜରିଆରେ ସମାଜ ଅର୍ଥ ବ୍ୟୟ କରାଯାଉଥିବା ମୋର ସନ୍ଦେହ ହେଉଛି। ଆୟକର ରିହାତି ପାଇଁ ଏ ସୁଆଙ୍ଗ ହେଉନି ତ?

By amfnews

Related Post