Wed. Mar 11th, 2026

କର୍ଣ୍ଣାଟକା ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବିରୋଧ, କଂଗ୍ରେସ-ଜେଡିୟୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

179 Views

ନୂଆଦିଲ୍ଲୀ  : କର୍ଣ୍ଣାଟକା ରାଜ୍ୟପାଳ ବଜୁଭାଇ ବାଲା ଆଜି ଅପରାହ୍ନ ୧ଟା ୩୦ ସୁଦ୍ଧା ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ମେଣ୍ଟ ସରକାରର ନେତା ତଥା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ କହିଥିଲେ। ତେବେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ତାଙ୍କ ସରକାର ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

କର୍ଣ୍ଣାଟକା କଂଗ୍ରେସ ସାଂସଦ ନାସିର ହୁସେନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସରକାରରେ ରାଜ୍ୟପାଳ ହସ୍ତକ୍ଷେପ କରି ପାରିବେ ନାହିଁ। ରାଜ୍ୟପାଳ ଏକ ଦଳର ଏଜେଣ୍ଟ ଭାବରେ କାମ କରୁଛନ୍ତି।

ସୂଚନାଯୋଗ୍ୟ, ଗତକାଲି କର୍ଣ୍ଣାଟକା ବିଧାନସଭାରେ ଆସ୍ଥା ଭୋଟ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। କିନ୍ତୁ ବାଚସ୍ପତି ଭୋଟ୍ ନକରି ଗୃହକୁ ମୁଲତବି କରି ଦେଇଥିଲେ। ଏହାପରେ ରାଜ୍ୟପାଳ ବାଜୁଭାଇ ବାଲା ମୁଖ୍ୟମନ୍ତ୍ରୀଙ୍କୁ ଆଜି ଅପରାହ୍ନ ୧ଟା ୩୦ ସୁଦ୍ଧା ବହୁମତ ସାବ୍ୟସ୍ତ କରିବା ପାଇଁ କହିଥିଲେ। ସେପଟେ ଗତକାଲି ଆସ୍ଥା ଭୋଟ ହୋଇପାରି ନଥିବାରୁ ବିଜେପି ବିଧାୟକମାନେ ଗୃହ ଭିତରେ ରାତି ସାରା ଧାରଣା ଦେଇଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ କଂଗ୍ରେସ-ଜେଡିଏସ ସରକାର ରହିଛି। ହେଲେ ଏହି ଦୁଇ ଦଳରୁ ମୋଟ ୧୬ ବିଧାୟକ ଇସ୍ତଫା ଦେଇସାରିଥିବା ବେଳେ ବାଚସ୍ପତି ଇସ୍ତଫା ଗ୍ରହଣ କରି ନାହାନ୍ତି। କିନ୍ତୁ ଏହି ବିଧାୟକ ମାନେ ଗୃହରେ ଅନୁପସ୍ଥିତ ରହୁଥିବାରୁ ମେଣ୍ଟ ସରକାରର ବିଧାୟକ ସଂଖ୍ୟା କମିଯାଇଛି। ବିରୋଧୀ ବିଜେପି ପାଖରେ ଅଧିକ ସଦସ୍ୟ ଥିବାରୁ ଫ୍ଲୋର ଟେଷ୍ଟ ବା ଆସ୍ଥା ଭୋଟ୍‌ରେ ସରକାର ଫେଲ୍ ହେବା ନିଶ୍ଚିତ ବୋଲି କୁହାଯାଉଛି।

By amfnews

Related Post