Sun. Mar 8th, 2026

କରୋଲ୍‌ ବାଗ୍‌ ହୋଟେଲ୍‌ରେ ଅଗ୍ନିକାଣ୍ଡ; ୯ ମୃତ

211 Views

ନୂଆଦିଲ୍ଲୀ: ମଙ୍ଗଳବାର ପ୍ରତ୍ୟୁଷରେ କରୋଲ ବାଗ୍‌ ଅଞ୍ଚଳରେ ଥିବା ହୋଟେଲ୍‌ ଅର୍ପିତ ପାଲେସ୍‌ରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ନଅ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

ଦମକଳ ବାହିନୀ କହିବା ଅନୁସାରେ, ନିଆଁ ଲାଗିବା କାରଣରୁ ଛଅ ଜଣ ପୁରୁଷ, ଜଣେ ମହିଳା ଓ ଗୋଟାଏ ପିଲାର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ମୃତ ବ୍ୟକ୍ତି କିଏ ଜଣା ପଡ଼ିନି।ସେ ହୋଟେଲ୍‌ରେ କେରଳର ଗୋଟିଏ ପରିବାରର ଦଶ ଜଣ ସଦସ୍ୟ ରହୁଥିଲେ। ପାଞ୍ଚ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିରୁଦ୍ଦେଶ ହୋଇଥିବା ତିନି ଜଣ ନିଆଁ ଘେରରେ ଅଟକି ରହିଥିବା ଆଶଙ୍କା ହେଉଛି।

ସର୍ଟ ସର୍କିଟ୍‌ କାରଣରୁ ଭୋର୍‌ ପ୍ରାୟ ୪:୩୦ରେ ନିଆଁ ଜଳିଥିବା କଥା ସରକାରୀ କର୍ତ୍ତୃପକ୍ଷ କହୁଛନ୍ତି। ସକାଳ ୭ଟା ଯାଏଁ ୪୦ କୋଠରି ବିଶିଷ୍ଟ ହୋଟେଲ୍‌ରୁ ବହଳ ଧୂଆଁ ଓ ପ୍ରକାଣ୍ଡ ଅଗ୍ନିଶିଖା ଉଠୁଥିବା ଦେଖା ଯାଇଥିଲା।ଘଟନାସ୍ଥଳକୁ ତୁରନ୍ତ ୨୬ଟି ଦମକଳ ଗାଡ଼ି ଯାଇଥିଲେ। ଏବେ ମଧ୍ୟ ଘଟନାସ୍ଥଳରେ ଉଦ୍ଧାର ଓ ନିଆଁ ଲିଭା ଚାଲିଛି।

By amfnews

Related Post